Sunday, October 4, 2026
30.6 C
Odisha

    ଇଲେକ୍ଟ୍ରିକ୍ ଯାନ ବିକ୍ରି ୪୧% ବଢ଼ିଲା: ୬୦% ଦୁଇଚକିଆ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ (ଇଭି) ଉପରେ କେନ୍ଦ୍ର ସରକାର ଦେଉଥିବା ସବ୍‌ସିଡି କମ୍ କରିବା ପରେ ମଧ୍ୟ ତାହାର ଗ୍ରହଣୀୟତା ପ୍ରଭାବିତ ହୋଇନାହିଁ। ୨୦୨୩-୨୪ ଆର୍ଥିକ ବର୍ଷରେ ଇଭି ବିକ୍ରିରେ ୪୧ ପ୍ରତିଶତ ବୃଦ୍ଧି ଘଟିଛି। ଏହି ବର୍ଷ ୧୬ ଲକ୍ଷରୁ ଅଧିକ ଇଭି ବିକ୍ରି ହୋଇଛି। ୨୦୨୨-୨୩ରେ ଦେଶରେ ୧୧ ଲକ୍ଷ ଇଭି ବିକ୍ରି ହୋଇଥିଲା। ମୋଟ ବିକ୍ରିରେ ଦୁଇଚକିଆ ଇଭିର ଭାଗ ପ୍ରାୟ ୬୦ ପ୍ରତିଶତ ରହିଛି।ବିକ୍ରି ବଢ଼ିବା ସହ ଦେଶରେ ଇଭି ସାନ୍ଦ୍ରତା ମଧ୍ୟ ୬.୮ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଗୋଟିଏ ବର୍ଷ ପୂର୍ବରୁ ୫.୩ ପ୍ରତିଶତ ଥିଲା। ଫେମ୍‌ ସ୍କିମ୍ ଅଧୀନରେ ଦିଆଯାଉଥିବା ସବ୍‌ସିଡିକୁ କମ୍ କରିବା ଲାଗି ଗତବର୍ଷ ଜୁନ୍‌ରେ ସରକାର ନିଷ୍ପତ୍ତି ନେଇଥିଲେ। ତାହାର ପ୍ରଭାବରେ ଦୁଇଚକିଆ ଇଭି ବିକ୍ରି ୩୫ ପ୍ରତିଶତ କମିଥିଲା। ଫେମ୍‌ ସ୍କିମ୍ ସ୍ଥାନରେ ସରକାର ଏକ ନୂଆ ଇଭି ସ୍କିମ୍‌ ଘୋଷଣା କରିଛନ୍ତି ଯାହା ଚଳିତ ମାସ ପହିଲାରୁ ଲାଗୁ ହୋଇଛି। ଏଥିପାଇଁ ସରକାର ୫୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।
    ୨୦୨୩-୨୪ରେ ଇଲେକ୍ଟ୍ରିକ୍ ତିନିଚକିଆ ଯାନର ଗ୍ରହଣୀୟତା ଉଲ୍ଲେଖନୀୟ ଥିଲା। ସେଥିପାଇଁ ଏହି ବର୍ଗର ଗାଡ଼ିର ସାନ୍ଦ୍ରତା ୪୮.୯ ପ୍ରତିଶତକୁ ବୃଦ୍ଧି ପାଇଛି। ସାର୍ବଜନୀନ ଗମନାଗମନରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରିବା ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ଚାର୍ଜିଂ ଭିତ୍ତିଭୂମିରେ ଉନ୍ନତି ଘଟିଥିବାରୁ ଇଭି ବିକ୍ରି ବଢ଼ୁଛି। ଷ୍ଟାର୍ଟଅପ୍‌ ଓ ପ୍ରତିଷ୍ଠିତ କମ୍ପାନିଗୁଡ଼ିକ ନୂଆ ନୂଆ ଇଭି ମଡେଲ୍‌ ଉନ୍ମୋଚନ କରୁଥିବା ବେଳେ ଇଲେକ୍ଟ୍ରିକ୍ କାର୍‌ ଉପଲବ୍ଧତା ମଧ୍ୟ ବଢ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ