Saturday, July 27, 2024
24.6 C
Odisha

    ବନ ବିଭାଗ ଅବହେଳା ପାଇଁ ଗଲା ହାତୀ ଜୀବନ! ଉତ୍ତରଘୁମୁସର ବନଖଣ୍ଡରେ ଆଖି ବୁଜିଲା ଦନ୍ତା

    ଆଗକୁ ପଢନ୍ତୁ

    ରାଜ୍ୟରେ ପୁଣି ଏକ ହାତୀର ମୃତ୍ୟୁ । ବନ ବିଭାଗର ଅବହେଳା ପାଇଁ ଅସୁସ୍ଥ ଥିବା ଦନ୍ତା ହାତୀ ଆଖି ବୁଜିଥିବା ଅଭିଯୋଗ ହୋଇଛି । ଉତରଘୁମୁସର ବନଖଣ୍ଡ କରଡ଼ାବଣି ନିକଟରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ଘୁରି ବୁଲୁଥିଲା । ହାତୀର ଗୋଡ଼ରେ ଆଘାତ ଲାଗିଥିବା ବେଳେ ଛୋଟେଇ ଛୋଟେଇ ଚାଲୁଥିବାର ଖବର ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥିଲା । କିନ୍ତୁ ହାତୀକୁ ଚିହ୍ନଟ କରି ଚିକିତ୍ସା କରିବା ବଦଳରେ ବନ କର୍ମଚାରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଓ ନୂତନ ଅଧିକାରୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲେ ସମସ୍ତ ବନ କର୍ମଚାରୀ । ଯାହା ଫଳରେ ଦନ୍ତା ହାତୀକୁ ଉପଯୁକ୍ତ ଚିକିତ୍ସା ମିଳିପାରି ନଥିବା ଅଭିଯୋଗ ହୋଇଛି । ଗତବର୍ଷ ମଧ୍ୟ ଡିଏଫଓଙ୍କ ସ୍ୱାଗତ ସମ୍ବର୍ଦ୍ଧନା ବେଳେ ମୁଜାଗଡ଼ରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା । ୨ ବର୍ଷ ମଧ୍ୟରେ ଏହି ବନଖଣ୍ଡରେ ୯ଟି ହାତୀଙ୍କର ମୃତ୍ୟୁ ହେଲାଣି । ଯାହା ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । ଆଜି ଭୁବନେଶ୍ୱରରୁ ଯୁଗ୍ମ ଯାଂଚ ଦଳ ପହଁଚିବା ପରେ ମୃତ ଦନ୍ତାର ବ୍ୟବଚ୍ଛେଦ ହେବ । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ବନ କର୍ମଚାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ