Sunday, October 4, 2026
23.3 C
Odisha

    ଆସନ୍ତାକାଲି ଭାରତ ଆସିବେନି ଏଲନ ମସ୍କ, ଅନ୍ୟ କାମ ପାଇଁ ଘୁଞ୍ଚିଲା ଗସ୍ତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଟେସଲା ସିଇଓ ଏଲୋନ୍ ମସ୍କଙ୍କ ଦୁଇ ଦିନିଆ ଭାରତ ଗସ୍ତ ବାତିଲ୍‌ ହୋଇଯାଇଛି। ଭାରତ ଗସ୍ତରେ ଆସି ମସ୍କ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯୋଜନା ଘୋଷଣା କରିବେ ବୋଲି ପୂର୍ବରୁ ସୂଚନା ରହିଥିଲା। ଏପ୍ରିଲ ୨୧ ଏବଂ ୨୨ ତାରିଖରେ ଏଲୋନ୍ ମସ୍କ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା ହେଲେ ଏବେ ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ମସ୍କ ଏହି ଗସ୍ତ ଘୁଞ୍ଚିଲା ବୋଲି ସୂଚନା ଦେଇଛନ୍ତି। ସେ ତାଙ୍କ ପୋ‌ଷ୍ଟ୍‌ରେ ଲେଖିଛନ୍ତି, ‘‘ଦୁର୍ଭାଗ୍ୟବଶତଃ ଟେସ୍‌ଲାର କିଛି କାର୍ଯ୍ୟ ହେତୁ ଭାରତ ଗସ୍ତରେ ବିଳମ୍ବ କରିବାକୁ ପଡୁଛି। କିନ୍ତୁ ମୁଁ ଚଳିତବର୍ଷ ଭାୀତ ପରିଦର୍ଶନ କରିବାକୁ ନେଇ ବହୁତ ଉତ୍ସାହିତ ଅଟେ।’’

    ଟେସଲାର ପ୍ରଥମ ତୈମାସିକ ପ୍ରଦର୍ଶନ ବିଷୟରେ ପ୍ରଶ୍ନର ଉତ୍ତର ଦେବାକୁ ମସ୍କଙ୍କୁ ଆମେରିକାରେ ଏପ୍ରିଲ ୨୩ରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଯୋଗଦେବାକୁ ପଡିବ ବୋଲି ଜଣାଯାଇଛି। ଗତ ସପ୍ତାହରେ, ମସ୍କ ଏକ ଏକ୍ସ ପୋଷ୍ଟରେ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ଅପେକ୍ଷା କରିଛନ୍ତି। ଦୁନିଆର ଚତୁର୍ଥ ଧନୀ ବ୍ୟକ୍ତି ମସ୍କ ମଧ୍ୟ ତାଙ୍କ ଗସ୍ତ ସମୟରେ ଭାରତୀୟ ସ୍ପେସ୍ ଟେକ୍ ଷ୍ଟାର୍ଟଅପ୍‌କୁ ଭେଟିବେ ବୋଲି ଆଶା କରାଯାଉଥିଲା। ୨୦୧୫ ମସିହାରେ ଟେସଲା ପ୍ଲାଣ୍ଟ ଗସ୍ତ ସମୟରେ ଏବଂ ୨୦୨୩ ମସିହାରେ ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏଲୋନ ମସ୍କଙ୍କୁ ଦୁଇଥର ଭେଟିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ମୋଦୀ କହିଛନ୍ତି ଯେ ମସ୍କ ଭାରତର ଜଣେ ସମର୍ଥକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ