Wednesday, September 23, 2026
24.9 C
Odisha

    ବିଶ୍ବବିଦ୍ୟାଳୟ‌ରେ ବର୍ଷକୁ ଦୁଇଥର ନାମଲେଖା: ଚିଠା ପ୍ରସ୍ତାବ ଜାରି କରି ମତାମତ ଲୋଡ଼ିଲା ୟୁଜିସି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଶ୍ବବିଦ୍ୟାଳୟଗୁଡ଼ିକରେ ବର୍ଷକୁ ଦୁଇଥର ନାମଲେଖା କରାଯିବ। ଜୁଲାଇ/ଅଗଷ୍ଟ ମାସରେ ଗୋଟିଏ ଏବଂ ଜାନୁଆରି/ଫେବ୍ରୁଆରିରେ ଦ୍ବିତୀୟ ନାମଲେଖା ହେବ। ୟୁଜିସି ନିୟମାବଳୀ ଅନୁଯାୟୀ ବିଶ୍ବବିଦ୍ୟାଳୟର ଏକାଡେମିକ୍‌ ଓ ଭିତ୍ତିଭୂମି, ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ, ଶିକ୍ଷକ-ଅଣଶିକ୍ଷକ ଅନୁପାତ ଆଧାରରେ ଛାତ୍ରଛାତ୍ରୀଙ୍କ ନାମଲେଖା କରାଯିବ। କ୍ଲାସରୁମ୍‌, ଲାବରେଟୋରି, ଲାଇବ୍ରେରି, କ୍ରୀଡ଼ା ଓ ସ୍ବାସ୍ଥ୍ୟ ସୁବିଧା, ହଷ୍ଟେଲ, କ୍ୟାଣ୍ଟିନ୍‌/କାଫେଟେରିଆ ସମେତ ଅନ୍ୟାନ୍ୟ ସୁବିଧା‌ ଉପଲବ୍ଧ ବାଧ୍ୟତାମୂଳକ ହେବ। ୟୁଜି ଓ ପିଜି ପାଠ୍ୟକ୍ରମରେ ଏକୀକରଣ ଉଚ୍ଚଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ତାଲିମ ଓ ଦକ୍ଷତା, ଇଣ୍ଟର୍ଣ୍ଣସିପ୍‌ ବ୍ୟବସ୍ଥା ରହିବ। କ୍ରେଡିଟ୍‌ ଫ୍ରେମ୍‌ୱାର୍କ, ଉଚ୍ଚ ଶିକ୍ଷାନୁଷ୍ଠାନରେ ବହୁମୁଖୀ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା, ଛାତ୍ରଛାତ୍ରୀ ଧନ୍ଦାମୂଳକ ଶିକ୍ଷାରୁ ସାଧାରଣ ଶିକ୍ଷା ଗ୍ରହଣ କରିବାକୁ ଯାଇପାରିବେ। ଯୁକ୍ତ୨ ତଥା ଦ୍ବାଦଶ ଶ୍ରେଣୀ ତଥା ସମାନ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଯେକୌଣସି ବିଦ୍ୟାର୍ଥୀ ୟୁଜି(ସ୍ନାତକ) ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ଜାତୀୟ ତଥା ବିଶ୍ବବିଦ୍ୟାଳୟ ସ୍ତରୀୟ ୟୁଜି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯେକୌଣସି ଛାତ୍ରଛାତ୍ରୀ ୟୁଜି ପାଠ୍ୟକ୍ରମରେ ନାମଲେଖାଇବାକୁ ଯୋଗ୍ୟତା ଅର୍ଜନ କରିବେ। ୩-ବର୍ଷିଆ ୟୁଜି ଡିଗ୍ରିଧାରୀ(ଲେବୁଲ୍‌-୫.୫, ୧୨୦ କ୍ରେଡିଟ୍‌) ଓ ୪-ବର୍ଷିଆ ୟୁଜି ଡିଗ୍ରିଧାରୀ(ଲେବୁଲ୍‌-୬, ୧୬୦ କ୍ରେଡିଟ୍‌) ଛାତ୍ରଛାତ୍ରୀ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଯୋଗ୍ୟତା ଅର୍ଜନ କରିବେ। ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଆଧାରରେ ଉଚ୍ଚଶିକ୍ଷାନୁଷ୍ଠାନର ୟୁଜି ଓ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ପ୍ରସ୍ତୁତ ହୋଇଥିବା ୨୦୨୪ ଚିଠା ପ୍ରସ୍ତାବରେ ଏଭଳି ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.9 ° C
    24.9 °
    24.9 °
    94 %
    4.5kmh
    100 %
    Wed
    25 °
    Thu
    26 °
    Fri
    27 °
    Sat
    29 °
    Sun
    28 °

    ସମ୍ବନ୍ଧିତ