Wednesday, April 8, 2026
23.9 C
Odisha

    ୟୁରୋପରେ ଇସଲାମ ପାଇଁ କୌଣସି ଜାଗା ନାହିଁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୟୁରୋପରେ ଇସଲାମ ପାଇଁ କୌଣସି ଜାଗା ନଥିବା କହିଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ଇସଲାମିକ ସଂସ୍କୃତିର ମୂଲ୍ୟବୋଧ ଏବଂ ଅଧିକାର ଏବଂ ଆମର ସଭ୍ୟତାର କୌଣସି ସମାନତା ନାହିଁ ଏବଂ ଯାହା ଆମ ପାଇଁ ଏକ ବଡ ସମସ୍ୟା ପାଲଟିଥିବା ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, “ସାଉଦି ଆରବ ଇଟାଲୀରେ ଇସଲାମିକ ସାଂସ୍କୃତିକ କେନ୍ଦ୍ରଗୁଡିକୁ ପାଣ୍ଠି ଯୋଗାଏ, ଯେଉଁଠାରେ ଶାରିଆ କାର୍ଯ୍ୟକାରୀ ହୁଏ। ଆମ ସଭ୍ୟତାର ମୂଲ୍ୟଠାରୁ ବହୁ ଦୂରରେ ୟୁରୋପରେ ଇସଲାମାଇଜେସନ୍ ପ୍ରକ୍ରିୟା ଚାଲିଛି।” ରୋମରେ ମେଲୋନୀଙ୍କ ଦକ୍ଷିଣପନ୍ଥୀ ପାର୍ଟି – ବ୍ରଦର୍ସ ଅଫ୍ ଇଟାଲୀ ଦ୍ୱାରା ଆୟୋଜିତ ଏକ ଉତ୍ସବର ସେ ଏହି ମନ୍ତବ୍ୟ ଦେଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଋଷି ସୁନକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ସମୟରେ ସୁନକ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସେ ଶରଣାର୍ଥୀ ବ୍ୟବସ୍ଥାରେ ବିଶ୍ୱ ସଂସ୍କାର ଉପରେ ଜୋର ଦେବେ। ଏଥିସହ ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ୟୁରୋପର କିଛି ଅଂଶ ଉପରେ ପ୍ରଭାବ ପକାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।ସେ କହିଛନ୍ତି ଯେ କିଛି ଶତ୍ରୁ ଜାଣିଶୁଣି ଆମ ସମାଜକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଏହି ଲୋକଙ୍କୁ ଆମ ଉପକୂଳକୁ ଅଣାଯାଉଛି। ଯଦି ଆମେ ଏହି ସମସ୍ୟାର ମୁକାବିଲା କରୁନାହୁଁ, ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଏହା ଆମ ଲୋକଙ୍କୁ ସାହାଯ୍ୟ କରିବାର ସାମର୍ଥ୍ୟ ଉପରେ ପ୍ରଭାବ ପକାଇବ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଏହା ଆମ ଆଇନକୁ ଅପଡେଟ୍ କରିବା ଆବଶ୍ୟକ କରେ, ତେବେ ଆମେ ସେଗୁଡିକୁ ଅପଡେଟ୍ କରିବା ଉଚିତ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ