Monday, October 5, 2026
31.3 C
Odisha

    ମତଦାନ କେନ୍ଦ୍ରରେ ଇଭିଏମ୍ ଅଚଳ: ଭୋଟର ଅସନ୍ତୁଷ୍ଟ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ଦେଶରେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ତଥା ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି। ଓଡ଼ିଶାର ୫ ଲୋକସଭା ଏବଂ ୩୫ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ତେବେ କେତେକ ‌ମତଦାନ କେନ୍ଦ୍ରରେ ଇଭିଏମ୍ ମେସିନ୍ ଅଚଳ ହୋଇଯାଇଥିବାରୁ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁନ୍ଦରଗଡ଼ ବିଧାନସଭା ଆସନର ସୁନ୍ଦରଗଡ଼ ପୌରାଞ୍ଚଳ ୱାର୍ଡ ନମ୍ବର ୧୮ ବୁଥ ନମ୍ବର ୨୩୫ରେ ଇଭିଏମ୍ ତ୍ରୁଟି ଯୋଗୁଁ ଭୋଟ ଦାନରେ ବିଲମ୍ୱ ହୋଇଛି। ଭୋଟର କେନ୍ଦ୍ର ବାହାରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକର କୁସଗୁମାରେ ଏଜେଣ୍ଟ ନ ବସାଇବାକୁ ନେଇ ଝଗଡା ହୋଇଛି। ଘଟଣାସ୍ଥଳରେ ଧରାକୋଟ ବିଡ଼ିଓ,ତହସିଲଦାର ଓ ଧରାକୋଟ ଆଇଆଇସି ପହଞ୍ଚି ଥିବା ବେଳେ ଗାଁ ଲୋକେ କେହି ଭୋଟ ଦେବେ ନାହିଁ ବୋଲି କହି ଭୋଟ କେନ୍ଦ୍ରରୁ ଫେରି ଯାଇଛନ୍ତି।

    ସେହିପରି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବାଘମାରି ୨୧୭ ନମ୍ବର ଆଦର୍ଶ ମତଦାନ କେନ୍ଦ୍ରରେ ଭିଭିପାର୍ଟ ମେସିନ ତୃଟି ଯୋଗୁଁ ମତଦାନରେ ବିଳମ୍ବ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    48 %
    2.7kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ