Saturday, October 10, 2026
22.4 C
Odisha

    ମତଦାନ କେନ୍ଦ୍ର ପ୍ରସ୍ତୁତ: ମତଦାତାଙ୍କ ଅପେକ୍ଷାରେ ପୁଲିଙ୍ଗ ପାର୍ଟି

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି/ ବୀରମହାରାଜପୁର: ଭାରତ ବର୍ଷର ମହାନ ଗଣପର୍ବ ମତଦାନର ପର୍ବରେ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ମହାନ ପର୍ବ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ପୁଲିଙ୍ଗ ପାର୍ଟି ମତଦାନ କେନ୍ଦ୍ରରେ ପହଞ୍ଚି ମତଦାତାଙ୍କୁ ଅପେକ୍ଷା କରିଛନ୍ତି। ସ୍ଥାନୀୟ ବ୍ଲକ ଏବଂ ଏନଏସି ରେ ୫ଗୋଟି ପିଙ୍କ ମତଦାନ କେନ୍ଦ୍ର ସମେତ ମୋଟ ୪୦ଗୋଟି ମତଦାନ କେନ୍ଦ୍ର ପ୍ରସ୍ତୁତ ହୋଇଥିବା ବେଳେ ମୋଟ ୩୫ ହଜାର ୮୨୬ଜଣ ମତଦାତା ନିଜ ନିଜ ମତ ସାବ୍ୟସ୍ତ କରିବେ। ଆଇନଶୃଙ୍ଖଳା ଦୃଷ୍ଟିରୁ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି।ପେଟ୍ରୋଲିଂ ଟିମ ଆଜି ଠାରୁ ପାଇଁତରା ମାରୁଥିବାବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ସେକ୍ଟର ଅଫିସର, ପ୍ରଶାସନିକ ଅଧିକାରୀ ନିୟୋଜିତ ହୋଇଛନ୍ତି। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସୁରକ୍ଷାକର୍ମୀ ନିୟୋଜିତ ହେବା ସହ ପୁଲିସ ଫୋର୍ସ ନିୟମିତ ସମସ୍ତ ବୁଥକୁ ବୁଥ ବୁଲି ଉପର ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରୁଥିବା ସୂଚନା ମିଳିଛି। ସ୍ଥାନୀୟ ଏନଏସିରେ ବୁଥ ନଂ୬୭ ଏବଂ୬୮ ହବାକ ହାଇସ୍କୁଲ ପରିସରରେ ଏବଂ ବୁଥ ନଂ୭୦ ହାତିଶାଳ ସ୍କୁଲ ପରିସରରେ ମୋଟ ୩ଗୋଟି ପିଙ୍କ ମତଦାନ କେନ୍ଦ୍ର କରାଯାଇଛି ଯେଉଁଠି କେବଳ ମହିଳା କର୍ମଚାରୀମାନେ ନିୟୋଜିତ ଅଛନ୍ତି।
    ସକାଳ ୮ଘଣ୍ଟିକା ଠାରୁ ସନ୍ଧ୍ୟା୫ଘଣ୍ଟିକା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ୬୪ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରସ୍ତୁତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି କ୍ରମରେ ବୀରମହାରାଜପୁର କଲେଜ୍ ପଡ଼ିଆରେ ସମସ୍ତ ମତଦାନ କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ୍ ନିଜେ ଉପସ୍ତିତ ରହି ସମସ୍ତ କର୍ମଚାରୀଙ୍କୁ ଉତ୍ସାହିତ କରି ମତଦାନ କେନ୍ଦ୍ରକୁ ପଠାଇଥିଲେ । ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୬୭ ମତଦାନ କେନ୍ଦ୍ର ରହିଛି । ସେଥିମଧ୍ୟରୁ ସଖି ମତଦାନ କେନ୍ଦ୍ର ରହିଛି ପାଞ୍ଚ । ଏହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ମଣ୍ଡଳୀରେ ୪୨ ସମ୍ବେଦନଶୀଳ ଓ ୧୪ ଅତି ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଇଥିବା ଜଣାପଡିଛି ।, ପୁଲିଙ୍ଗ ପାର୍ଟି କର୍ମଚାରୀ ଙ୍କୁ ଉତ୍ସାହିତ । ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୪) ମୋଟ ଭୋଟର୍ସ- ୨ଲକ୍ଷ ୧୫ହଜାର ୩୫୩ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ବିଶେଷ ଭାବରେ ମହିଳା ଓ ଯୁବ ଭୋଟର୍ ଯାହାକୁ ଭୋଟଦେବେ ସେହିଦଳ ବିଜୟୀ ହେବ ତେଣୁ ସବୁ ଦଳର ନେତା ଏହି ବର୍ଗ ଉପରେ ଗୁରୁତ୍ବ ଦେଉଥିବା ଦେଖା ଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ