Tuesday, September 8, 2026
25.2 C
Odisha

    ବିଜେଡିରୁ ଇସ୍ତଫା ଦେଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ

    ଆଗକୁ ପଢନ୍ତୁ

    ବାଲେଶ୍ବର: ବିଜୁ ଜନତା ଦଳ(ବିଜେଡି)ର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା। ଆଜି ଅପରାହ୍ନ ୪ଟା ବେଳେ ବାଲେଶ୍ୱର ସହର ଉପକଣ୍ଠ ସରସ୍ୱତୀପୁରସ୍ଥିତ ହେରିଟେଜ କଲ୍ୟାଣମଣ୍ଡପରେ ସାମ୍ବାଦିକ ସମ୍ମିଳନୀ ଡକାଇ ଶ୍ରୀ ଜେନା ଏହି ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି, ତାଙ୍କୁ ଦଳରେ ଅଣଦେଖା କରାଯାଇଥିଲା। କିଛି କୁଚକ୍ରି ଗୋଷ୍ଠୀଙ୍କ କଥାରେ ପରିଚାଳିତ ହୋଇ ଦଳର ଶୀର୍ଷ ନେତୃତ୍ୱ ତାଙ୍କୁ ଆଗଭଳି ଆଉ ଗୁରୁତ୍ୱ ଦେଇନଥିଲେ। ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କୁ ଆଉ ଆଗଭଳି ଭେଟି ହେଉନାହିଁ। ଦଳରେ ବାବୁଗିରିକୁ ପ୍ରାଧାନ୍ୟ ଦିଆଯାଉଛି। କ୍ଷମତା ନିଶାରେ ବିଜେପି ଭଳି ଏକ ସାମ୍ପ୍ରଦାୟିକତାରେ ବିଶ୍ୱାସ କରୁଥିବା ଦଳ ସହ ବିଜେଡି ପୁଣିଥରେ ମେଣ୍ଟ କରିବାକୁ ଅଣ୍ଟା ଭିଡ଼ିବା ତାଙ୍କୁ ବ୍ୟଥିତ କରିଛି। ଏବେ ବିଜେପିର ଟିମ୍‌-ବି ହୋଇଯାଇଛି ବିଜେଡି। ଏହି ସବୁ କାରଣ ପାଇଁ ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରେମୁଣାବାସୀଙ୍କ ସେବା ପାଇଁ ଖୁବଶୀଘ୍ର ଧର୍ମନିରପେକ୍ଷତାରେ ବିଶ୍ୱାସ ରଖିଥିବା ଏକ ଜାତୀୟ ଦଳରେ ସେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି।

    ସୂଚନାଯୋଗ୍ୟ, ଶ୍ରୀ ଜେନା ଦୀର୍ଘ ବର୍ଷ ଧରି ଦଳରେ ସକ୍ରିୟ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ୨୦୦୯ରେ ରେମୁଣା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    90 %
    1.5kmh
    96 %
    Tue
    25 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ