Wednesday, September 30, 2026
23.3 C
Odisha

    ବରଗଡ଼ରେ ଆରମ୍ଭ ହେଲା ୧୧ ଦିନିଆ ପ୍ରସିଦ୍ଧ ଧନୁଯାତ୍ରା

    ଆଗକୁ ପଢନ୍ତୁ

    ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସୋମବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ବରଗଡ଼ ପାଲଟିଛି ମଥୁରାନଗରୀ। ଏଥି ସହିତ ବରଗଡ଼ରେ କଂସ ରାଜୁତି ଆରମ୍ଭ ହୋଇଯାଇଛି। କଂସଙ୍କ ଅଟ୍ଟହାସ୍ୟ ଓ ଇଙ୍ଗିତରେ ମଥୁରାନଗରୀ ଥରହର ହେବ। ମହାରାଜଙ୍କ ହସ୍ତୀ ‘ରାଜବାହାଦୁର’ ଓ ମହାମନ୍ତ୍ରୀଙ୍କ ସହ ଅନ୍ୟ ପାରିଷଦଙ୍କ ପାଇଁ ୪ଟି ଓଟ, ଗୋଟିଏ ଘୋଡ଼ା, ୫ଟି ଘୋଡ଼ା ଗାଡ଼ି ସବୁ ମହାରାଜଙ୍କ ସେବାରେ ଲାଗିବାକୁ ପ୍ରସ୍ତୁତ ଅଛନ୍ତି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବରଗଡ଼ ମଥୁରାନଗରୀ ହେବ ଏବଂ ଅମ୍ବାପାଲି ହେବ ଗୋପପୁର। ଜୀରାନଦୀ ପାଲଟିଯିବ ଯମୁନା। ସମସ୍ତେ ଫେରିଯିବେ ସେହି ଦ୍ୱାପର ଯୁଗକୁ।

    ୮ କିମି ପରିଧି ଭିତରେ ୩ଟି ଦରବାର (ରାଜଦରବାର, ରଙ୍ଗମହଲ, ନନ୍ଦ ରାଜାଙ୍କ ଦରବାର) ଓ ୧୦ରୁ ଊର୍ଦ୍ଧ୍ୱ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅଭିନୀତ ହେବ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉଦ୍‌ଘାଟନୀ ଦିବସରେ ଅପରାହ୍ନ ୨ଟାରୁ ଗାନ୍ଧୀଛକଠାରୁ ସାଂସ୍କୃତିକ ଶୋଭାଯାତ୍ରା ସମଲେଶ୍ୱରୀ ମନ୍ଦିରକୁ ଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ହାଟପଦା ରାଜଦରବାରକୁ ପହଞ୍ଚିଥିଲା। ଶୋଭାଯାତ୍ରାରେ ୨୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଦଳ, ବିଭିନ୍ନ କଳାକାର, ଧନୁଯାତ୍ରା ସହ ଜଡ଼ିତ ବିଭିନ୍ନ କଳାପ୍ରେମୀ ଓ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    83 %
    1.3kmh
    7 %
    Tue
    23 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ