Saturday, October 3, 2026
23.8 C
Odisha

    ଚାଉଳ ନେବାରେ ଏଫ୍‌ସିଆଇର ବିଳମ୍ବ: ଅଭାବୀ ବିକ୍ରି ରାସ୍ତା ଖୋଲିଲେ

    ଆଗକୁ ପଢନ୍ତୁ

    ଏଫ୍‌ସିଆଇ ନେଇ ପାରୁନାହିଁ ନା ମିଲ ମାଲିକ ଦେଇ ପାରୁନାହାନ୍ତି? କାହା ଯୋଗୁଁ ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ମିଲ୍‌ଗୁଡ଼ିକରେ ଚାଉଳ ଜମା ହୋଇ ରହିଛି? ଯେଉଁ କାରଣରୁ ମଣ୍ଡି ଖୋଲିଥିଲେ ମଧ୍ୟ ଠିକ ଭାବରେ ଧାନ ସଂଗ୍ରହ ଆରମ୍ଭ ହୋଇ ପାରୁନାହିଁ ଓ କଟ୍‌ନି ଛଟ୍‌ନି ବଢୁଛି। ଧାନ ଅଭାବୀ ବିକ୍ରି ଏବଂ ଚାଉଳ ଦୁର୍ନୀତିର ନୂଆ ରାସ୍ତା ତିଆରି ହେଉଛି। ସୂଚନା ଅନୁସାରେ, ଗତବର୍ଷ ୮୫ ଲକ୍ଷ କ୍ବିଣ୍ଟାଲ ଚାଉଳ ଏଫ୍‌ସିଆଇ ଗ୍ରହଣ କରିଥିବା ବେଳେ ଚଳିତ ବର୍ଷ ଏହା ମାତ୍ର ୭୬.୨୯ ଲକ୍ଷ କ୍ବିଣ୍ଟାଲ।

    ଖାଦ୍ୟ ନୀତି ଅନୁଯାୟୀ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟର ସବୁ ମିଲ୍‌ର କଷ୍ଟମ ମିଲିଂ ଚାଉଳ ଯୋଗାଣ ନିଗମ ଏବଂ ଏଫ୍‌ସିଆଇରେ ଜମା ହୋଇଯିବା ଉଚିତ। ଅକ୍ଟୋବର ମାସରେ ମାଲିକମାନେ ନିଜ ମିଲ୍‌, ଗୋଦାମ ମରାମତି ଏବଂ ରକ୍ଷଣାବେକ୍ଷଣ କରିବେ। ଯେପରି ନଭେମ୍ବର ମାସରେ ଧାନ ସଂଗ୍ରହ ବ୍ୟବସ୍ଥିତ ଭାବରେ ହେବ। କୌଣସି ବର୍ଷ ଏହି ନିୟମର ପାଳନ ହୁଏ ନାହିଁ। ଆବଶ୍ୟକ ଗୋଦାମର ଅଭାବ ଯୋଗୁଁ କେତେବେଳେ ସରକାର ଚାଉଳ ରଖି ପାରନ୍ତି ନାହିଁ ତ ଅଧିକାଂଶ ସମୟରେ ସରକାରଙ୍କ ବାରମ୍ବାର ତାଗିଦ ପରେ ମଧ୍ୟ ମିଲ ମାଲିକମାନେ ଚାଉଳ ଦିଅନ୍ତି ନାହିଁ। ଯାହାର ସିଧାସଳଖ ପ୍ରଭାବ ଧାନ ସଂଗ୍ରହ ଉପରେ ପଡ଼ିଥାଏ। କିନ୍ତୁ ଚଳିତ ବର୍ଷ ଏହି ସମସ୍ୟା ଜଟିଳ ରୂପ ନେଲାଣି। ଚାଉଳ ଜମା ଅନ୍ତିମ ଅବଧିର ଅଢ଼େଇ ମାସ ଏବଂ ଧାନ ସଂଗ୍ରହ ଆରମ୍ଭର ଏକ ମାସ ପରେ ମଧ୍ୟ ଚାଉଳ ଜମା ସରୁନାହିଁ। ଫଳରେ ପଶ୍ଚିମ ଓଡ଼ିଶାର ସବୁ ମିଲରେ ଚାଉଳ ପଡ଼ିରହିବା ସହ ଧାନ ସଂଗ୍ରହରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଯାହା ପୁରୁଣା ବର୍ଷମାନଙ୍କର ସମସ୍ୟାଠାରୁ ଟପି ଯାଇଛି। ବିଶେଷକରି ବରଗଡ଼ରେ ଏହା ତୀବ୍ର ରୂପ ଧାରଣ କରିଛି। ଏଠାରେ ମିଲରମାନେ ମାତ୍ର ୩୫ ଭାଗ ଚାଉଳ ହିଁ ଜମା କରିଛନ୍ତି। ଚାଉଳ ଜମାର ଅନ୍ତିମ ଅବଧି ଜାନୁଆରି କରି ଦିଆଯାଇଥିବାରୁ ଧାନ ସଂଗ୍ରହର ଅଚଳାବସ୍ଥା ଅନ୍ୟୂନ ଜାନୁଆରି ମାସ ପର୍ଯ୍ୟନ୍ତ ଦୂର ହେବ ନାହିଁ, ଏହା ସ୍ପଷ୍ଟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ