Friday, September 18, 2026
25.4 C
Odisha

    ରାଷ୍ଟ୍ରପତି ଭବନରେ ପ୍ରଥମଥର ରଜ ପାଳିତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଥମଥର ରାଷ୍ଟ୍ରପତି ଭବନରେ ଧୁମଧାମ୍‌ରେ ପାଳିତ ହୋଇଛି ଓଡ଼ିଶାର ଗଣପର୍ବ ରଜ। ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର (ଆର୍‌ବିସିସି)ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀପ ପ୍ରଜ୍ବଳନ କରିବା ସହିତ ରଜ ପର୍ବର ଶୁଭାରମ୍ଭ ହୋଇଥିଲା ।
    ଆର୍‌ବିସିସି ପ୍ରାଙ୍ଗଣରେ ଫୁଲ ଓ ଆମ୍ବ ପତ୍ରରେ ସୁସଜ୍ଜିତ ଚାରିଟି ରଜ ଦୋଳିକୁ ପ୍ରଦର୍ଶିତ କରାଯାଇଥିଲା। ଏହି ଅବସରରେ ରାଷ୍ଟ୍ରପତି ‌ତାଙ୍କ ନାତୁଣୀଙ୍କୁ ରଜ ଦୋଳିରେ ଝୁଲାଇଥିଲେ। ମହିଳା ଓ ଯୁବତୀମାନଙ୍କ ପାଇଁ ଅଳତା ଓ ମେହେନ୍ଦିର ଆୟୋଜନ କରାଯାଇଥିଲା। ଏଥି ପାଇଁ ସ୍ବତନ୍ତ୍ର ଭାବେ ଓଡ଼ିଶାରୁ ମେହେନ୍ଦି ଚିତ୍ରକରଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହାପରେ ଆର୍‌ବିସିସିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କଳାକଳ୍ପ ସାଂସ୍କୃତିକ ସଂସ୍ଥାନ ଦ୍ବାରା ରଜ ସଙ୍ଗୀତ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା।
    ସେହିଭଳି ସମ୍ବଲପୁରୀ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା କରମା ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ, ଭୁବନେଶ୍ବରର ମୟୂରଭଞ୍ଜ କଳା କେନ୍ଦ୍ର ଦ୍ବାରା ମୟୂରଭଞ୍ଜ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା। ଜଣାଶୁଣା କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ‘ଛୋଟ ମୋର ଗାଁ ଟି’ ଗୀତ ପରିବେଷଣ କରିଥିଲେ। ପାଖାପାଖି ଘଣ୍ଟାଏ ଧରି ଆର୍‌ବିସିସିରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉପଭୋଗ କରିବା ସହିତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ସ୍ବର୍ଣ୍ଣପ୍ରଭା ପତି ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ରାଷ୍ଟ୍ରପତି ଭବନରେ ରଜ ପର୍ବ ଅବସରରେ ପୋଡ଼ ପିଠା, ପାନ, ପଣା ସମେତ ୨୦ରୁ ଅଧିକ ଓଡ଼ିଶାର ପାରମ୍ପରିକ ସୁସ୍ବାଦୁ ଖାଦ୍ୟ ପରସା ଯାଇଥିଲା। ଅତିଥିମାନେ ଏହାର ଆନନ୍ଦ ନେଇଥିଲେ। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଭବନର ସମସ୍ତ ଅଧିକାରୀ, କର୍ମଚାରୀ ଓ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    87 %
    1.2kmh
    100 %
    Fri
    25 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ