Friday, October 2, 2026
30.6 C
Odisha

    ମଧୁମେହ ରୋଗୀମାନେ କେଉଁ ଫଳ ଖାଇବେ ନାହିିଁ

    ଆଗକୁ ପଢନ୍ତୁ

    ମଧୁମେହ ରୋଗୀଙ୍କ ସବୁଠାରୁ ବୃହତ୍ତ ସମସ୍ୟା ହେଉଛି ଯେ ସେମାନେ କେଉଁ ଖାଦ୍ୟ କେତେ ମାତ୍ରାରେ ଖାଇଲେ ସ୍ୱାସ୍ଥ୍ୟ ପାଇଁ ତାହା କ୍ଷତିକାରକ ହେବ ନାହିଁ। ବିଶେଷ କରି କେଉଁ ଫଳ ଖାଇବେ ତାହା ଚୟନ କରିବା କଷ୍ଟସାଧ୍ୟ। କାରଣ ପ୍ରାୟ ସମସ୍ତ ଫଳର ସ୍ୱାଦ ମିଠାଳିଆ। ଜାଣନ୍ତୁ କିଛି ଏପରି ଟିପ୍ସ ବିଷୟରେ ଯାହା ମଧୁମେହ ରୋଗୀମାନେ କେଉଁ ଫଳ ଖାଇବେ ତାହା ଚୟନ କରିବାକୁ ସହାୟକ ହେବ।
    ମଧୁମେହ ରୋଗୀମାନେ ଅଧିକ ପାଚିଯାଇଥିବା ଫଳ ଖାଆନ୍ତୁ ନାହିଁ। ଫଳ ସାମାନ୍ୟ କଞ୍ଚାଳିଆ ଥିବା ଅବସ୍ଥାରେ ଖାଆନ୍ତୁ। ଏତଦ୍ ବ୍ୟତୀତ ସ୍ୱାଦ ପାଇଁ ସମସ୍ତ ଫଳର ଚୋପା କାଢି ଖାଆନ୍ତୁ ନାହିଁ। ସମସ୍ତ ଫଳ ସ୍ୱାସ୍ଥ୍ୟକର ହେଲେ ମଧ୍ୟ ମଧୁମେହ ରୋଗୀମାନେ ତରଭୂଜ, ଆମ୍ବ, କଦଳୀ, ଚିକୁ ଆଦି ଫଳକୁ ଖାଇବା ଉଚିତ ନୁହେଁ। ୨ ରୁ ୩ ମାସ ମଧ୍ୟରେ ଥରେ କିମ୍ବା ୨ ଥର ଏହି ଫଳକୁ ଖାଇପାରିବେ। ପିଜୁଳି, ସେଓ, ନାଶପାତି ଭଳି ଫଳକୁ ମଧୁମେହ ରୋଗୀମାନେ ଖାଇପାରିବେ। ସେହିପରି ଫଳର ଜୁସକୁ ଅଧିକ ମାତ୍ରାରେ ମଧ୍ୟ ପିଇବା ଉଚିତ ନୁହେଁ। ରକ୍ତଚାପ ଓ ମଧୁମେହ ରୋଗୀ ଖାଦ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ସଠିକ ସମୟରେ ଆବଶ୍ୟକ ପରିମାଣରେ ଭୋଜନ କରନ୍ତୁ। ଅଧିକ ପରିମାଣରେ ପାଣି ପିଅନ୍ତୁ। କାମରେ ବାହାରକୁ ଯିବା ପୂର୍ବରୁ ପେଟ ଭର୍ତ୍ତି କରି ଖାଦ୍ୟ ଖାଆନ୍ତୁ। ସକାଳ ସମୟରେ ଅଧିକ ପରିମାଣରେ ଜଳଖିଆ ଖାଆନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ଓ ଖାଦ୍ୟ ଖାଇବା ସମୟରେ କଞ୍ଚାପିଆଜ ନିଶ୍ଚୟ ଖାଆନ୍ତୁ। ସବୁଜ ପନିପରିବା, ଏହାସହ ତରଭୂଜ, କାକୁଡ଼ି ଆଦି ମଧ୍ୟ ଖାଆନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ