Thursday, September 17, 2026
30.3 C
Odisha

    ଡିସେମ୍ବର ୯ରେ ବାଂଲାଦେଶ ଯିବେ ଭାରତ ବୈଦେଶିକ ସଚିବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି ଏବଂ ଅନେକ ହିନ୍ଦୁ ମନ୍ଦିରକୁ ମୌଳବାଦୀମାନେ ଟାର୍ଗେଟ କରିଛନ୍ତି। ଭାରତ ବୈଦେଶିକ ସଚିବ ବିକ୍ରମ ମିସ୍ରୀ ଡିସେମ୍ବର ୯ରେ ବାଂଲାଦେଶ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ମିସ୍ରୀ ବାଂଲାଦେଶ ସହ ବୈଦେଶିକ କାର୍ଯ୍ୟାଳୟର ପରାମର୍ଶର ନେତୃତ୍ୱ ନେବେ ଏବଂ ତାଙ୍କ ପ୍ରତିପକ୍ଷଙ୍କୁ ଭେଟିବେ। ଏହି ଗସ୍ତ ସମୟରେ ସେ ଅନ୍ୟ କେତେକ ସଭାରେ ଯୋଗ ଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶୁକ୍ରବାର ଏହି ସୂଚନା ଦେଇଛି।

    ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାରଙ୍କ ଶାସନ ପରେ ବାଂଲାଦେଶରେ ସମ୍ପର୍କ ତିକ୍ତ ହୋଇଛି, ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବୈଦେଶିକ ସଚିବ ଡିସେମ୍ବର ୯ରେ ବାଂଲାଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ବୈଦେଶିକ ସଚିବ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଅଧୀକାରୀ ମାନଙ୍କୁ ସାକ୍ଷାତ କରିବା ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଦେଶିକ ସଚିବଙ୍କ ନେତୃତ୍ୱରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ଗଠନମୂଳକ ସମ୍ପର୍କ ଭଲ ହୋଇପାରିବ ତାକୁ ନଜରରେ ରଖାଯାଇଛି ।

    ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପ୍ରେସ୍ ସଚିବ ସଫିକୁଲ ଆଲାମ୍ କହିଛନ୍ତି ,ଆମେ ଏହାକୁ ଅପେକ୍ଷା କରିଛୁ ଯେ ଦୁଇ ଦେଶର ବୈଦେଶିକ ସଚିବମାନେ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା କରିବେ। ଆମେ ଭାରତୀୟ ବୈଦେଶିକ ସଚିବଙ୍କ ଗସ୍ତକୁ ଅପେକ୍ଷା କରିଥିଲୁ, ଦୁଇ ବୈଦେଶିକ ସଚିବ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଯାଉଛନ୍ତି ଏବଂ ଆମେ ଆଶା କରୁଛୁ ଯେ ଏହି ବୈଠକ ଦୁଇ ପଡ଼ୋଶୀଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାରେ ସହାୟକ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    65 %
    1.2kmh
    7 %
    Thu
    31 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ