Wednesday, October 23, 2024
21.7 C
Odisha

    ଅଟୋରେ ଭାରତ ଭ୍ରମଣ କରୁଛନ୍ତି ବିଦେଶୀ ପର୍ଯ୍ୟଟକ

    ଆଗକୁ ପଢନ୍ତୁ

    ଅଟୋରେ ଭାରତ ଭ୍ରମଣ କରୁଛନ୍ତି ବିଦେଶୀ ପର୍ଯ୍ୟଟକ । ଅଷ୍ଟେଲିଆରୁ ଆସିଥିବା କେତେକ ପର୍ଯ୍ୟଟକ ନିଜେ ଅଟୋ ଚଳାଇ କେରଳର କୋଚିରୁ ମେଘାଳୟ ଅଭିମୁଖେ ଯାଉଛନ୍ତି । ୨ ହଜାର କିଲୋମିଟର ଅତିକ୍ରମ କରିବା ପରେ ଏବେ ସେମାନେ କୋରାପୁଟ ଲମତାପୁଟରେ ପହଞ୍ଚିଛନ୍ତି । ତେବେ ଲମତାପୁଟ ମୁଖ୍ୟ ବଜାରରେ ପ୍ରାୟ ୧୦ଟି ଅଟୋରେ ୨୦ ଜଣ ପର୍ଯ୍ୟଟକ ଓହ୍ଲାଇଥିଲେ । ରାସ୍ତାରେ ଗରିବଙ୍କୁ ସହାୟତା ପ୍ରଦାନ କରିଛନ୍ତି । ତେବେ ଏତେ ସଂଖ୍ୟକ ବିଦେଶୀ ପର୍ଯ୍ୟଟକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଅଞ୍ଚଳବାସୀ । ତେବେ ବିଦେଶୀ ପର୍ଯ୍ୟଟକଙ୍କ ସହ ଆଲୋଚନା ବେଳେ ଜଣାପଡିଛି ସେମାନେ ଅଷ୍ଟ୍ରେଲିଆରୁ ୭୦ ଜଣ ଆସିଛନ୍ତି । କୋଚିରେ ପହଁଚିବା ପରେ ୩୫ଟି ଅଟୋକୁ ଭଡ଼ାରେ ନେଇଛନ୍ତି ଆଉ କେରଳରୁ ମେଘାଳୟ ଅଭିମୁଖେ ଯାତ୍ରା କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ