Thursday, February 5, 2026
30.7 C
Odisha

    ଫ୍ରାନ୍ସ-ଇସ୍ରାଏଲ ତିକ୍ତତା ବଢ଼ିଲା: ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ, ଜଣେ ମୃତ

    ଆଗକୁ ପଢନ୍ତୁ

    ତେଲ୍‌ ଅବିବ: ମଧ୍ୟପ୍ରାଚ୍ୟ ଉତ୍ତେଜନା ଭିତରେ ଏବେ ଫ୍ରାନ୍ସ-ଇସ୍ରାଏଲ ତିକ୍ତତା ଅଚାନକ ବଢ଼ିଯାଇଛି। ଗାଜା ଓ ଲେବାନନ୍‌ରେ ଇସ୍ରାଏଲ ଆକ୍ରମଣ ବନ୍ଦ କରୁନଥିବାରୁ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଆହ୍ବାନ ଦେଇଛନ୍ତି। ତେବେ ଏଭଳି ଆହ୍ୱାନକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୀବ୍ର ନିନ୍ଦା କରିବା ସହ ଏହି ପ୍ରସ୍ତାବକୁ ଲଜ୍ଜାଜନକ ବୋଲି କହିଛନ୍ତି। କିଛି ପଶ୍ଚିମ ରାଷ୍ଟ୍ରଙ୍କ ଲଜ୍ଜାହୀନ ପଦକ୍ଷେପ ଆମ ଅଭିଯାନକୁ ରୋକିପାରିବ ନାହିଁ ଏବଂ ଆମ ରାଷ୍ଟ୍ରର ସୁରକ୍ଷା ପାଇଁ ଆମେ କୌଣସି ସାଲିସ କରିବୁ ନାହିଁ ବୋଲି ନେତାନ୍ୟାହୁ କହିଛନ୍ତି।
    ଏକ ଭିଡିଓ ବିବୃତିରେ ନେତାନ୍ୟାହୁ ମାକ୍ରନଙ୍କ ଆଭିମୁଖ୍ୟକୁ ନିନ୍ଦା କରି କହିଛନ୍ତି ଯେ ଇସ୍ରାଏଲ ଏବେ ଇରାନ ସମର୍ଥିତ ସଶସ୍ତ୍ର ଗୋଷ୍ଠୀ ବିରୋଧରେ ବହୁମୁଖୀ ଯୁଦ୍ଧ ଲଢୁଛି। ଆମେ ବର୍ବର ଶକ୍ତି ସହ ଲଢ଼ୁଥିବା ବେଳେ ସମସ୍ତ ସଭ୍ୟ ଦେଶ ଇସ୍ରାଏଲର ପକ୍ଷରେ ଦୃଢ଼ତାର ସହ ଠିଆ ହେବା ଉଚିତ। ତଥାପି ରାଷ୍ଟ୍ରପତି ମାକ୍ରୋନ୍ ଏବଂ ଅନ୍ୟ ପାଶ୍ଚାତ୍ୟ ନେତାମାନେ ଏବେ ଇସ୍ରାଏଲ ବିରୋଧରେ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି। ସେମାନଙ୍କର ଏହି ଲଜ୍ଜାଜନକ କାର୍ଯ୍ୟ ଆମକୁ ରୋକିପାରିବ ନାହିଁ। ଇସ୍ରାଏଲ ସେମାନଙ୍କ ସମର୍ଥନ ବିନା ମଧ୍ୟ ଯୁଦ୍ଧ ଜିତିବ ବୋଲି ନେତାନ୍ୟାହୁ କହିଛନ୍ତି। ନେତନ୍ୟାହୁଙ୍କ କଡ଼ା ବିରୋଧ ପରେ ମାକ୍ରନଙ୍କ କାର୍ଯ୍ୟାଳୟ ଏକ ବିବୃତି ଜାରି କରି ନେତାନ୍ୟାହୁଙ୍କ ମନ୍ତବ୍ୟ ଉଭୟ ଦେଶକୁ ବନ୍ଧୁତାରୁ ଦୂରେଇ ଦେଉଛି ବୋଲି କହିଛି।

    କିଛି ପଶ୍ଚିମ ରାଷ୍ଟ୍ରଙ୍କ କାର୍ଯ୍ୟ ଲଜ୍ଜାଜନକ: ନେତାନ୍ୟାହୁ

    ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ, ଜଣେ ମୃତ

    ତେଲ ଆଭିଭ: ଅକ୍ଟୋବର ୭, ୨୦୨୩ରେ ଗାଜାର ଆତଙ୍କବାଦୀ ସଂଗଠନ ହମାସ୍‌ ଇସ୍ରାଏଲ ଉପରେ ବଡ଼ଧରଣର ଆକ୍ରମଣ କରିଥିଲା। ଏହା ପରଠାରୁ ହମାସ୍‌, ହେଜବୁଲ୍ଲା ଏବଂ ହୁତିଙ୍କ ବିରୋଧରେ ଇସ୍ରାଏଲ୍‌ର ଲଢ଼େଇ ଜାରି ରହିଛି। ଗତ ୧ ସପ୍ତାହ ମଧ୍ୟରେ ଇସ୍ରାଏଲ୍‌ରେ ଦୁଇଥର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆଜି ଦକ୍ଷିଣ ଇସ୍ରାଏଲ୍‌ରେ ବନ୍ଧୁକଧାରୀ ଆତତାୟୀଙ୍କ ଆକ୍ରମଣରେ ଜଣେ ଇସ୍ରାଏଲ୍‌ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଆଜି ‌ବୀରଶେବା ସହରର କେନ୍ଦ୍ରୀୟ ବସ୍‌ ଷ୍ଟେସନ୍‌ ନିକଟରେ କେତେକ ବନ୍ଧୁକଧାରୀ ବ୍ୟକ୍ତି ହଠାତ୍‌ ଗୁଳି ଚଳାଇଥିଲେ।

    ଏହାସହ ସେଠାରେ ଲୋକଙ୍କ ଉପରେ ଛୁରୀରେ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ୨୫ ବର୍ଷୀୟ ଜଣେ ଇସ୍ରାଏଲୀ ଯୁବତୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୧ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ତିନିଜଣ ହମାସ୍‌ ଆତଙ୍କବାଦୀ ତେଲ୍ ଅବିବର ଏକ ରେଳ ଷ୍ଟେସନରେ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଗୁଳି ଚଳାଇଥିଲେ। ଏଥିରେ ୭ ଇସ୍ରାଏଲ୍‌ ନାଗରିକଙ୍କ ମୃତ୍ୟୁ ଘଟିଥିଲା, ୨ ଆହତ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଆଜିର ଆକ୍ରମଣ ପରେ ନାଗରିକଙ୍କୁ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.7 ° C
    30.7 °
    30.7 °
    21 %
    2.5kmh
    0 %
    Thu
    31 °
    Fri
    31 °
    Sat
    31 °
    Sun
    32 °
    Mon
    32 °

    ସମ୍ବନ୍ଧିତ