Friday, January 9, 2026
23.8 C
Odisha

    ସିଙ୍ଗଡ଼ାରୁ ବାହାରିଲା ବେଙ୍ଗର ଗୋଡ଼, ଭାଇରାଲ ହେଲା ଭିଡିଓ

    ଆଗକୁ ପଢନ୍ତୁ

    ଗାଜିଆବାଦ: ସିଙ୍ଗଡ଼ା ଭିତରୁ ବାହାରିଲା ବେଙ୍ଗର ଗୋଡ଼ । ଏକ ମିଠା ଦୋକାନରେ ବିକ୍ରି ହେଉଥିବା ସିଙ୍ଗଡ଼ାରୁ ବେଙ୍ଗ ଗୋଡ଼ ମିଳିଥିବା ଜଣାଯାଇଛି। ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି ଏହି ଘଟଣା। ପୂର୍ବରୁ ଏଭଳି ଅନେକ ଘଟଣା ସାମ୍ନାକୁ ଆସି ସାରିଛି। ଖାଦ୍ୟ ସୁରକ୍ଷାକୁ ନେଇ ଅନେକ ବିବାଦ ହୋଇଥିଲେ ବି ଲୋକେ ପରିଷ୍କାର ଭାବେ ଖ‌ାଦ୍ୟ ତିଆରି କରିବାରେ ବିଫଳ ହେଉଛନ୍ତି, ଯାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ଏହି ଘଟଣା ପରେ ପୁଲିସ ମିଠା ଦୋକାନୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏକ୍ସରେ ଜଣେ ଯୁବକ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ବେଙ୍ଗର ଗୋଡ଼ ଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ରଥମେ ସିଙ୍ଗଡା ଦେଖାଇବା ସହ ପରେ ବିକାନେର ସୁଇଟ୍ସ ଦୋକାନର ସାମ୍ନା ଦେଖାଯାଉଛି। ଏହା ପରେ କିଛି ଲୋକ ଦୋକାନ ଭିତରକୁ ପଶି ବେଙ୍ଗ ଗୋଡ଼ ବାହାରିଥିବା ସିଙ୍ଗଡ଼ା ‌ଦୋକାନୀଙ୍କୁ ଦେଖାଇ ପାଟି କରିବା ଆରମ୍ଭ କରୁଛନ୍ତି। କିଛି ଲୋକ ପୁଲିସକୁ ଫୋନ କର ବୋଲି ମଧ୍ୟ କହୁଥିବା ଦେଖିବାକୁ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    16 %
    2.6kmh
    52 %
    Fri
    25 °
    Sat
    26 °
    Sun
    28 °
    Mon
    29 °
    Tue
    29 °

    ସମ୍ବନ୍ଧିତ