Thursday, March 6, 2025
20.4 C
Odisha

    ବିଧିବଦ୍ଧ ଭାବେ ଗମାଙ୍ଗ ପରିବାର ଏବଂ ସଂଜୟ ଭୋଇ କଂଗ୍ରେସରେ ସାମିଲ ହୋଇଛନ୍ତି

    ଆଗକୁ ପଢନ୍ତୁ

    ସାଧାରଣ ନିର୍ବାଚନ ପୂର୍ବରୁ ଗମାଙ୍ଗ ପରିବାରର ଘର ବାହୁଡା । କଂଗ୍ରେସକୁ ଫେରିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ ଏବଂ ପୂର୍ବତନ ବରଗଡ ସାଂସଦ ସଂଜୟ ଭୋଇ । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓଡିଶା ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସକୁ ପ୍ରତ୍ୟାବର୍ତନ କରିଛନ୍ତି ଏହି ବରିଷ୍ଠ ନେତା । ଗତ ଶନିବାର ନୂଆଦିଲ୍ଲୀ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ଓଡିଶା ପ୍ରଭାରୀଙ୍କୁ ଭେଟି କଂଗ୍ରେସକୁ ଫେରିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ଆଜି ବିଧିବଦ୍ଧ ଭାବେ ଗମାଙ୍ଗ ପରିବାର ଏବଂ ସଂଜୟ ଭୋଇ କଂଗ୍ରେସରେ ସାମିଲ ହୋଇଛନ୍ତି । ୨୦୧୫ରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ ଗିରିଧର ଗମାଙ୍ଗ । ୨୦୨୩ ଅଗଷ୍ଟ ମାସରେ ବିଜେପି ଛାଡି ଭାରତ ରାଷ୍ଟ୍ର ସମିତି ବିଆରଏସରେ ମିଶିଥିଲେ । କିନ୍ତୁ ବିଆରଏସ ଏବେ ଓଡିଶାରେ ନିଜର ସାଙ୍ଗଠନିକ ସ୍ଥିତି ସୁଦୃଢ କରିବା ପାଇଁ ଯୋଜନା କରି ନଥିବାରୁ କଂଗ୍ରେସକୁ ଫେରିବାକୁ ଚିନ୍ତା କରିଥିଲେ ଗିରିଧର ଏବଂ ତାଙ୍କ ପୁଅ । ସେହିପରି ପୂର୍ବତନ ବରଗଡ ସାଂସଦ ସଂଜୟ ଭୋଇ କଂଗ୍ରେସରୁ ଟିକେଟ୍ ପାଇ ୨୦୦୯ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୯ରେ ଦଳ ତାଙ୍କୁ ଟିକେଟ୍ ନ ଦେଇ ଥିବାରୁ ସେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ଏବେ ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି କଂଗ୍ରେସ ରାଜ୍ୟରେ ନିଜର ବଳ ଗୋଟାଇବାରେ ଲାଗିଛି । ତେଣୁ ପୁରୁଣା ନେତାଙ୍କୁ ଦଳକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    11 %
    2.1kmh
    2 %
    Thu
    20 °
    Fri
    34 °
    Sat
    37 °
    Sun
    38 °
    Mon
    39 °

    ସମ୍ବନ୍ଧିତ