Thursday, March 26, 2026
30.8 C
Odisha

    ଲାୟନ୍‌ସ କ୍ଲବ୍‌ର ସୁବର୍ଣ୍ଣ ଜୟନ୍ତୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭାରତୀୟ ସଂସ୍କୃତି ‘ସର୍ବେ ଭବନ୍ତୁ ସୁଖୀନଃ’ରେ ବିଶ୍ବାସ ରଖେ। ଜଣେ ଅନ୍ୟମନସ୍କ ହୋଇପାରିଲେ ହିଁ ଅନ୍ୟର ସୁଖ କଥା ଚିନ୍ତା କରିପାରେ। ଦାନ ହେଉଛି ସାମାଜିକ ମୂଲ୍ୟବୋଧର ଅନ୍ୟତମ ଉପାଦାନ। ସମ୍ପ୍ରତି ଦାନ ଦେବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। କିନ୍ତୁ ଦାନ ବଦଳରେ ପ୍ରତିଦାନର ଆଶା ରଖାଯାଉଛି। ଏମିତି ହେଲେ ଦାନର ମହତ୍ବ ରହେନାହିଁ। ଲାୟନ୍‌ସ କ୍ଲବ୍‌ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଭଳି ମତ ଦେଇଛନ୍ତି। ହୋଟେଲ୍‌ ଲାଇଫ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଲାୟନ୍‌ସ କ୍ଲବ୍‌ର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜଧାନୀରେ ରାତ୍ରି ଆଶ୍ରୟସ୍ଥଳୀ ଓ ଶ୍ରମିକମାନଙ୍କ ରହଣି ପାଇଁ ସ୍ବତନ୍ତ୍ର ଗୃହ ଆବଶ୍ୟକ ବୋଲି କହିଥିଲେ। ଏହାଦ୍ବାରା ଶ୍ରମିକମାନେ ରାସ୍ତାକଡ଼ରେ ଜୀବଜନ୍ତୁଙ୍କ ଭଳି ଅପେକ୍ଷା କରିବାକୁ ପଡ଼ିବ ନାହିଁ।
    ଏଥିପାଇଁ ରାଜଧାନୀର ସମସ୍ତ ସକାରାତ୍ମକ ମନୋଭାବ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏକାଠି ଆଗେଇ ଆସିବାକୁ ପଡ଼ିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଜଷ୍ଟିସ୍‌ ଡି ପି ଚୌଧୁରୀ କହିଥିଲେ ଯେ ସମାଜକୁ ପ୍ରତିଦାନ ଦେବା ଆମ ଜୀବନର ଲକ୍ଷ୍ୟ ହେବା ଉଚିତ। ପ୍ରକୃତରେ ସାହାଯ୍ୟ ଲୋଡ଼ୁଥିବା ଲୋକଙ୍କୁ ସହଯୋଗ କରିବା ବଡ଼ କଥା ବୋଲି ସେ କହିଥିଲେ। ଅନୁଷ୍ଠାନର ଡିଜି ଲାୟନ୍‌ ଦିଲୀପ କୁମାର ଦାସ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏହି ଅବସରରେ ପିପୁଲସ୍‌ ଫୋରମ୍‌ର ପ୍ରତିଷ୍ଠାତା ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଓ ଯୁବ ପ୍ରତିଭା ଶୁଭାଙ୍ଗୀ ରଥଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ସେହିଭଳି ଅନୁଷ୍ଠାନର ମାନବ ସମ୍ୱଳ ଅଧିକାରୀ ରାମ ପ୍ରସାଦ ପାତ୍ର, ସୋଭେନର୍‌ କମିଟି ଅଧ୍ୟକ୍ଷ କାହ୍ନୁ ରଞ୍ଜନ ପୃଷ୍ଟି, ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅଶ୍ୱିନୀ ସେନାପତି ପ୍ରମୁଖଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ସଭାପତି ଲାୟନ୍‌ ତପନ କୁମାର ହରିଚନ୍ଦନ ସ୍ୱାଗତ ଭାଷଣ ଓ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଅଶ୍ୱିନୀ ସେନାପତି ଧନ୍ୟବାଦ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ