Wednesday, March 25, 2026
37 C
Odisha

    ୫୮ ଦେଶରେ ବିନା ଭିସାରେ ଭାରତୀୟଙ୍କ ପାଇଁ ପ୍ରବେଶ ସୁବିଧା, ପ୍ରକାଶ ପାଇଲା ହେନଲେ ପାସପୋର୍ଟ ଇଣ୍ଡେକ୍ସ

    ଆଗକୁ ପଢନ୍ତୁ

    ଲଣ୍ଡନ: ବିଦେଶ ଭ୍ରମଣ କରିବାକୁ ପସନ୍ଦ କରୁଥିବା ଭାରତୀୟଙ୍କ ପାଇଁ ଏକ ଖୁସି ଖବର ଆସିଛି। ଭାରତୀୟମାନେ କୌଣସି ଭିସା ବିନା ବିଶ୍ୱର ୫୮ଟି ଦେଶରେ ପ୍ରବେଶ କରିପାରିବେ। ଲଣ୍ଡନରେ ମୁଖ୍ୟାଳୟ ଥିବା ହେନଲେ ପାସପୋର୍ଟ ଇଣ୍ଡେକ୍ସର ୨୦୨୪ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଭାରତର ପାସପୋର୍ଟ ଏହି ତାଲିକାରେ ୮୨ ତମ ସ୍ଥାନରେ ରହିଛି । ଭାରତୀୟ ପାସପୋର୍ଟରେ ଭାରତୀୟ ଏବେ ଇଣ୍ଡୋନେସିଆ, ମାଳଦ୍ୱୀପ ଏବଂ ଥାଇଲ୍ୟାଣ୍ଡ ପରି ଦେଶଗୁଡିକୁ ଭିସା ବିନା ଯାଇ ପାରିବେ ।ହେନଲି ପାସପୋର୍ଟ ଇଣ୍ଡେକ୍ସ ଅନେକ ପାରାମିଟରରେ ପାସପୋର୍ଟ ମାନ୍ୟତା ପାଇଛି । ୨୦୨୪ରିପୋର୍ଟରେ ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ସହିତ ସିଙ୍ଗାପୁର ୧ ନମ୍ବର ସ୍ଥାନରେ ରହିଛି। ସିଙ୍ଗାପୁର ନାଗରିକମାନେ ୧୯୫ଟି ଦେଶରେ ବିନା ଭିସାରେ ପ୍ରବେଶ କରିବାର ସୁବିଧା ରହିଛି। ଏହି ଆଧାରରେ ସିଙ୍ଗାପୁର ଶୀର୍ଷରେ ରହିଛି। ଦ୍ୱିତୀୟ ସ୍ଥାନରେ ୫ ଟି ଦେଶର ନାମ ରହିଛି। ସେମାନଙ୍କ ମଧ୍ୟରେ ଫ୍ରାନ୍ସ, ଇଟାଲୀ, ଜର୍ମାନୀ, ସ୍ପେନ୍ ଏବଂ ଜାପାନ ରହିଛନ୍ତି। ଏହି ୫ଟି ଦେଶର ପାସପୋର୍ଟ ଦ୍ବାରା ବିନା ଭିସାରେ ୧୯୨ଟି ଦେଶରେ ପ୍ରବେଶ କରିହେବ।

    ୧୯୧ ଦେଶକୁ ଭିସା ମୁକ୍ତ ପ୍ରବେଶ ସହିତ ଅଷ୍ଟ୍ରିଆ, ଫିନଲ୍ୟାଣ୍ଡ, ଆୟର୍ଲାଣ୍ଡ, ଲକ୍ସେମବର୍ଗ, ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ ଏବଂ ସ୍ୱିଡେନ ତୃତୀୟ ସ୍ଥାନରେ ରହିଛନ୍ତି। ଚତୁର୍ଥ ସ୍ଥାନରେ ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ, ନରୱେ, ବେଲଜିୟମ, ଡେନମାର୍କ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶର ନାମ ଅନ୍ତର୍ଭୁକ୍ତ ହୋଇଛି। ଏହା ସହିତ ଅଷ୍ଟ୍ରେଲିଆ ଷଷ୍ଠ ସ୍ଥାନରେ ଏବଂ ଆମେରିକା ଅଷ୍ଟମ ସ୍ଥାନରେ ରହିଛି।

    ଭାରତର ମାନ୍ୟତାରେ ଉନ୍ନତି ହୋଇଛି। ଶ୍ରେଷ୍ଠ ୧୦ଟି ଶକ୍ତିଶାଳୀ ପାସପୋର୍ଟ ଦେଶ ମଧ୍ୟରେ ୩୪ ଟି ନାମ ଅଛି। ତେବେ ଏହି ତାଲିକାରେ ଭାରତ ୮୨ ତମ ସ୍ଥାନ ହାସଲ କରିଛି। ଯାହା ବହୁତ କମ୍ ଅଟେ। କିନ୍ତୁ ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଭାରତର ମାନ୍ୟତାରେ ଉନ୍ନତି ହୋଇଛି। ୨୦୨୨ ରେ ଭାରତ ୮୭ ତମ ସ୍ଥାନରେ ଥିଲା। ୨୦୨୩ ମସିହାରେ ମଧ୍ୟ ଭାରତ ୮୨ ତମ ସ୍ଥାନ ପାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ