Friday, October 18, 2024
25 C
Odisha

    ଖରାଦିନେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ କ୍ଷତିକାରକ

    ଆଗକୁ ପଢନ୍ତୁ

    ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଆଦୌ ଠିକ୍ ନୁହେଁ । ଶରୀରର ତାପମାତ୍ରା ଅଧିକ ଥିବା ବେଳେ ହଠାତ୍ ଥଣ୍ଡା ପାଣି ପିଇବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ ।

    ହଠାତ୍ ଗରମରୁ ଆସି ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ଏପରିକି ଅଚାନକ ଗରମରୁ ଥଣ୍ଡାକୁ ଆସିବା ଦ୍ୱାରା ହୃଦୟ ଗତିରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳିଥାଏ । ଏହି ଅଭ୍ୟାସ ଦ୍ୱାରା ଶରୀର ବିଭିନ୍ନ ପ୍ରକାରର ରୋଗକୁ ନିମନ୍ତ୍ରଣ ଦେଇଥାଏ ।
    ଯେପରିକି…

    ପାଚନତନ୍ତ୍ର ସମସ୍ୟା : ଗରମରେ ବରଫ ମିଶା ପାଣି ବା ଫ୍ରିଜ୍ ପାଣି ପିଇବା ଦ୍ୱାରା ପେଟର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ । ଫଳରେ ପାଚନ କ୍ରିୟା କ୍ରମଶଃ ଧୀମା ହୋଇଚାଲେ । ପରେ ପେଟରେ ଯନ୍ତ୍ରଣା, ବଦ୍ହଜମୀ, ବାନ୍ତି ଓ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ ।

    ଗଳା ଯନ୍ତ୍ରଣା :

    ଗରମଦିନେ ଗରମରୁ ଆସି ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ବସିବା ଓ ଯନ୍ତ୍ରଣା ଆଦି ଦେଖା ଦେଇଥାଏ ।

    ଥଣ୍ଡା-କାଶ :

    ଖରାରୁ ଆସିବା ସମୟରେ ଶରୀରର ତାପମାତ୍ରା ଅଧିକ ରହିଥାଏ । ଏହି ସମୟରେ ଥଣ୍ଡା ପାଣି ପିଇବା ଦ୍ୱାରା ତାପମାତ୍ରା ହଠାତ୍ କମିଯାଇଥାଏ, ଯାହାଦ୍ୱାରା କିଛି ଲୋକଙ୍କଠାରେ ଥଣ୍ଡାକାଶ ପରି ସମସ୍ୟା ଉପୁଜିଥାଏ । ଅଧିକ ସମ୍ବେଦନଶୀଳ ଲୋକମାନେ ଥଣ୍ଡା ପାଣି ପିଇବା ଦ୍ୱାରା ଜ୍ୱର ମଧ୍ୟ ହୋଇଯାଇଥାଏ ।

    ହୃଦୟ ପାଇଁ କ୍ଷତିକାରକ :

    ଅଚାନକ୍ ଥଣ୍ଡା ପାଣି ପିଇବା ଦ୍ୱାରା ହୃଦ୍ସ୍ପନ୍ଦନରେ ମଧ୍ୟ ଅନିୟମିତା ଦେଖିବାକୁ ମିଳିପାରେ । କାରଣ ହଠାତ୍ ତାପମାତ୍ରା ପରିବର୍ତ୍ତନକୁ ହୃଦୟ ଗ୍ରହଣ କରିପାରି ନଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ