Sunday, April 12, 2026
31.2 C
Odisha

    ମଙ୍କି ପକ୍ସକୁ ନେଇ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦେଶକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମଙ୍କି ପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମଙ୍କି ପକ୍ସ୍ କୁ ନେଇ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରି, ପ୍ରଭାବିତ ଅଞ୍ଚଳରୁ ଯେଉଁମାନେ ବୁଲି ଆସିଛନ୍ତି, ଭାରତ ସରକାରଙ୍କ ତରଫରୁ ସେମାନଙ୍କୁ ଆଇସୋଲେଟ କରି ରଖାଯାଇଛି। ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଇଛି। ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚେକିଂ କଡ଼ାକଡ଼ି ହେଉଛି। ଭାରତରେ ଏ ଯାଏ ସେହିଭଳି କୌଣସି ରୋଗୀ ଚିହ୍ନଟ ହୋଇ ନାହାନ୍ତି।

    ଯଦି ଆଫେକଟେଡ ଏରିଆରୁ କେହି ଆସନ୍ତି ତେବେ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରୋଗୀ ଚିହ୍ନଟ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରୋଟୋକଲ ହିସାବରେ ପରୀକ୍ଷାନିରୀକ୍ଷା କରାଯାଉଛି ତାହା ସହ ଆଇସୋଲେଟ କରି ରଖାଯାଇଛି। ପରବର୍ତୀ ଯାହା ତଥ୍ୟ ଭାରତ ସରକାରଙ୍କ ତରଫରୁ ଆସିବ। କେହି ଭୟଭୀତ ହେବାର ଆଵଶ୍ୟକତା ନାହିଁ। ମଙ୍କି ପକ୍ସ୍କୁ ଆଭଏଡ କରିବାକୁ ହେଲେ ଡାଇରେକ୍ଟ କଣ୍ଟାକଟକୁ ଏଡ଼େଇବାକୁ ହେବ। ପ୍ରଭାବିତ ଅଂଚଳରୁ ଆସିଥିବା ବ୍ୟକ୍ତିଙ୍କ ନିକଟରେ ଲକ୍ଷଣ ଦେଖାଗଲେ ତାଙ୍କୁ ବିମାନ ବନ୍ଦରରେ ସଂଘରୋଧ ହୋଇ ରହିବେ। ଏ ବାବଦରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ନିର୍ଦେଶନାମା ଜାରି ହୋଇଛି। ଇଣ୍ଟରନ୍ୟାସନାଲ ଏୟାରପୋର୍ଟଗୁଡିକରେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ମହଜୁଦ ରହିଛି। ବିଭାଗ ତୀକ୍ଷ୍ଣ ନଜର ମଧ୍ୟ ରଖିଛି। ଏହାର ଲକ୍ଷଣ ଜ୍ଵର ସହିତ ଘିମିରିରୁ ଆରମ୍ଭ ହୋଇ ପାଣି ଫୋଟକା ପରି ଶରୀରରେ ଚିହ୍ନ ହୋଇଥାଏ। ଆଇସୋଲେସନ ଥିବା ବ୍ୟକ୍ତି ମଧ୍ୟ ଭଲରେ ରହିଛି। ଯିଏ ଆଇସୋଲେସନରେ ରହିଛି ସେହି ବ୍ୟକ୍ତି ଭଲରେ ଥିବା ସ୍ପଷ୍ଟ କରିଛନ୍ତି ଭାରତ ସରକାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    15 %
    1.2kmh
    0 %
    Sun
    33 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ