Wednesday, May 21, 2025
26.3 C
Odisha

    ସିଜୁଛି ସାରା ଓଡିଶା । ଆଗମୀ ୩ ଦିନ ଯାଏଁ ନିସ୍ତାର ନାହିଁ

    ଆଗକୁ ପଢନ୍ତୁ

    ରାଜ୍ୟରେ ପାରଦ ଉପର ମୁହାଁ ରହିଥିବା ବେଳେ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ମଧ୍ୟରେ ରହୁଛି ଆଦ୍ରତା । ଏହା ଆହୁରି ୩ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କେଉଁଝର, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର ଓ ମାଲକାନଗିରି ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିଭଳି ଦିନ ସହ ରାତି ତାପମାତ୍ରା ମଧ୍ୟ ବଢିବା ଆଶଙ୍କା ରହିଛି । ବଲାଙ୍ଗୀର , ବୌଦ୍ଧ, ଭଦ୍ରକ ଓ କନ୍ଧମାଳରେ ବଢ଼ିବ ରାତି ତାପମାତ୍ରା । ଅନ୍ୟପଟେ ଏପ୍ରିଲ ୬ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି, ଫଳରେ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇପାରେ ବୋଲି କହିଛନ୍ତି ପାଣିପାଗ ବିଷେଶଜ୍ଞ ଶରତ ସାହୁ । ଏପଟେ ପ୍ରବଳ ଖରା ଯୋଗୁ ଅଂଶୁଘାତ ହେବାର ଭୟ ରହିଥିବା ଏ ନେଇ ମାର୍ଗଦର୍ଶିକା ଜାରି କରିଛି ଜନସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରହିବ ଅଂଶୁଘାତ ପାଇଁ ୬ଟି ସ୍ୱତନ୍ତ୍ର ବେଡ୍ । ସେହିଭଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଟି ଓ ପ୍ରାଥମିକ ସ୍ୱାସ୍ଥ୍ୟକେଦ୍ରରେ ଗୋଟିଏ ବେଡ୍ ରହିବ । ଏହାସହ ଆବଶ୍ୟକିୟ ଔଷଧ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି   ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଖରାରେ ବୟସ୍କ, ଛୋଟ ପିଲା, ରୋଗୀ ଓ ଗର୍ଭବତୀଙ୍କୁ ଖରାକୁ ବାହାରିବାକୁ ବାରଣ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.3 ° C
    26.3 °
    26.3 °
    76 %
    2.7kmh
    60 %
    Tue
    26 °
    Wed
    34 °
    Thu
    30 °
    Fri
    32 °
    Sat
    38 °

    ସମ୍ବନ୍ଧିତ