Saturday, July 27, 2024
24.6 C
Odisha

    ଆଜି ବି ରାଜ୍ୟ ବିଜେପି ଅଫିସରେ ପ୍ରତିବାଦ, ପ୍ରାର୍ଥୀ ପରିବର୍ତନ ଦାବି କଲେ ହିଞିଳି, ବାଙ୍କୀ ଓ ଜୟଦେବର ନେତା ଓ କର୍ମୀ

    ଆଗକୁ ପଢନ୍ତୁ

    ଟିକେଟ ବଣ୍ଟନକୁ ନେଇ ବିଜେପିରେ ଅସନ୍ତୋଷ । ଆଜି ରାଜ୍ୟ ବିଜେପି ଅଫିସରେ ପ୍ରତିବାଦ କରିଛନ୍ତି ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସିଛିବା ନେତା ଓ କର୍ମୀ । ହିଞିଳି, ବାଙ୍କୀ ଓ ଜୟଦେବ ନିର୍ବାଚନମଣ୍ଡଳୀରେ କର୍ମୀ ଭୁବନେଶ୍ୱର ଆସି ଘୋଷଣା ହୋଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ପ୍ରାର୍ଥୀ ପରିବର୍ତନ କରିବାକୁ ଦାବି କରିଛନ୍ତି । ହିଞ୍ଜିଳିରେ ବିଜେପି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ରଙ୍କୁ ଦଳୀୟ କର୍ମୀଙ୍କ ବିରୋଧ । ଟିକେଟ୍ ବଦଳାଇବା ଦାବିରେ ରାଜ୍ୟ କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ କରିଛନ୍ତି ହିଞ୍ଜିଳି ବିଜେପିର ଦଳୀୟ କର୍ମୀ ଓ ନେତା । ତୃଣମୂଳ ସ୍ତରରେ ସଂଗଠନ ସୁଦୃଢ କରୁଥିବା ନେତାଙ୍କୁ ଟିକେଟ୍ ନଦେଇ ବାହାରୁ ଆସିଥିବା ଲୋକଙ୍କୁ ଦଳ ଟିକେଟ୍ ଦେଇଛି ବୋଲି ହିଞ୍ଜିଳିର ବିଜେପି କର୍ମୀ କହିଛନ୍ତି । ତେଣୁ ଶିଶିର ମିଶ୍ରଙ୍କ ଟିକେଟ୍ ବଦଳାଇବା ପାଇଁ ଦାବି କରିଛନ୍ତି ହିଞ୍ଜିଳିରୁ ଆସିଥିବା କର୍ମୀ । ସେପଟ ଭୁବନେଶ୍ୱର ଜୟଦେବରେ ବିଜେପି ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢାଲିଙ୍କ ବିରୋଧରେ ମଧ୍ୟ ରଣହୁଂକାର ଦେଇଛନ୍ତି ନେତା ଓ କର୍ମୀ । ଜୟଦେବ ନିର୍ବାଚନମଣ୍ଡଳୀର ନେତା ବସନ୍ତ ନାୟକଙ୍କ ନେତୃତ୍ୱରେ କର୍ମୀ ଏକାଠି ହୋଇଛନ୍ତି । ଏମାନଙ୍କସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଲୋଚନା କରୁଛନ୍ତି । ବାଙ୍କୀରେ ବି ବିଜେପି ପ୍ରାର୍ଥୀଙ୍କ ବିରୋଧରେ ସ୍ୱର ଉଠିଛି । ସ୍ଥାନୀୟ ନେତା ଶୁଭ୍ରାଂଶୁ ମୋହନ ପାଢୀଙ୍କ ନେତୃତ୍ୱରେ ଶହ ଶହ ସମର୍ଥକ ବିରୋଧ କରିଛନ୍ତି । ଏଠାରୁ ତୁଷାରକାନ୍ତ ଚକ୍ରବର୍ତ୍ତୀ ପ୍ରାର୍ଥୀ ହୋଇଛନ୍ତି । ଟିକେଟ ଘୋଷଣା ପରେ ଧର୍ମଶାଳାରେ ବି ଅସନ୍ତୋଷ ପ୍ରକାଶ ପାଇଥିଲା । ଦଳର ନେତା ରାଜ୍ୟ ବିଜେପି ଅଫିସକୁ ଆସି ପ୍ରତିବାଦ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ