Monday, March 30, 2026
27.4 C
Odisha

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଦେଶବାସୀ ଖୁସି, ଓଡ଼ିଶାରେ ଏଥର ବିଜେପି ସରକାର କରିବ: ହେମାମାଳିନୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ଦେଶବାସୀ ଖୁସି, ଓଡ଼ିଶାରେ ଏଥର ବିଜେପି ସରକାର କରିବ।
    ଭୁବନେଶ୍ବର ବିମାନବନ୍ଦର ବାହାରେ ବିଜେପିର ଷ୍ଟାର୍ ପ୍ରଚାରକ ହେମାମାଳିନୀ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ରାଜ୍ୟର ୨୫ ବର୍ଷର ସରକାର ପରିବର୍ତ୍ତନ ହେବାର ସମୟ ଆସିଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ବିକାଶ ହୋଇନି। ଓଡ଼ିଶାର ବିକାଶ ପାଇଁ ଏବେ ଡବଲ ଇଞ୍ଜିନ୍ ସରକାର ଦରକାର। ହେମାମାଳିନୀଙ୍କର ଭୁବନେଶ୍ୱର, କଟକ ଓ ପିପିଲି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସାଲିଆ ସାହିରେ ସେ ଜନସଭାକୁ ସମ୍ବୋଧନ କରିବେ। ଉତ୍ତର ଭୁବନେଶ୍ୱର ଓ କଟକର କିଷନନଗରରେ ଦୁଇଟି ଜନସଭାକୁ ସମ୍ବୋଧିତ କରିବା ପରେ ପିପିଲିରେ ହେମାମାଳିନୀ ରୋଡ୍ ସୋ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ