Thursday, March 26, 2026
26.8 C
Odisha

    ହେମନ୍ତ ସୋରେନଙ୍କୁ ଗୋଟିଏ ଦିନ ପାଇଁ ଜେଲ ହାଜତକୁ ପଠାଇଲେ ଅଦାଲତ, ଆସନ୍ତାକାଲି ନେବେ ରିମାଣ୍ଡ ନିଷ୍ପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗୁରୁବାର ସକାଳେ ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇ ଗୋଟିଏ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ତଦନ୍ତକାରୀ ସଂସ୍ଥା ଇଡିର ୧୦ ଦିନିଆ ରିମାଣ୍ଡ ଆବେଦନ ଉପରେ ଅଦାଲତ ଶୁକ୍ରବାର ଆଦେଶ ଦେବାର ସମ୍ଭାବନା ରହିଛି। ତଦନ୍ତକାରୀ ସଂସ୍ଥା ଇଡି ଅଦାଲତଙ୍କୁ କହିଛି ଯେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ରାଜ୍ୟରେ ୬୦୦ କୋଟି ଟଙ୍କାର ଜମି ଦୁର୍ନୀତିରେ ସିଧାସଳଖ ସମ୍ପୃକ୍ତ ଅଛନ୍ତି। ଏଜେନ୍‌ସି ବିଶ୍ୱାସ କରୁଛି ଯେ ହେମନ୍ତ ସୋରେନ ଜମି ଅଧିଗ୍ରହଣ (ଏବଂ) ଦଖଲ ଏବଂ ଅପରାଧର ଆୟ ବ୍ୟବହାରରେ ସିଧାସଳଖ ସମ୍ପୃକ୍ତ ଥିଲେ।

    ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଶ୍ରୀ ସୋରେନ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ପ୍ରଥମେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କିନ୍ତୁ ସେହି ଆବେଦନ ପ୍ରତ୍ୟାହାର କରାଯାଇଛି।

    ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ଆବେଦନରେ ଶ୍ରୀ ସୋରେନ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର କ୍ଷମତାର ଅପବ୍ୟବହାର କରି ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ରାଜ୍ୟ ସରକାରକୁ ଅସ୍ଥିର କରିବା ପାଇଁ କାର୍ଯ୍ୟ କରୁଛି। ସେ ତାଙ୍କ ଗିରଫଦାରୀକୁ ବେଆଇନ ଏବଂ ଅଧିକାର ବିହୀନ ବୋଲି ମଧ୍ୟ କହିଛନ୍ତି। ପୂର୍ବରୁ ଶ୍ରୀ ସୋରେନ୍‌ ଅନୁସୂଚିତ ଜାତି/ଜନଜାତି ଆଇନ ଅନୁଯାୟୀ ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ପୁଲିସ ନିକଟରେ ଗୋଟିଏ ମାମଲା ରୁଜୁ କରିସାରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ