Wednesday, June 17, 2026
27.4 C
Odisha

    ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା: ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

    ଆଗକୁ ପଢନ୍ତୁ

    କଟକ: ବିଜୁ ଜନତା ଦଳ (ବିଜେଡି)ର ରାଉରକେଲା ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା ନେଇ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଉତ୍ତର ରଖିବାକୁ ସାରଦା ନାୟକଙ୍କୁ ନୋଟିସ୍‌ ଜାରି କରିଛନ୍ତି। ୧୯ ନଭେମ୍ବର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଅନ୍ୟ ଏକ ମାମଲାରେ ସାରଦା ନାୟକଙ୍କୁ ଉତ୍ତର ରଖିବାକୁ ୨୯ ଅକ୍ଟୋବର ଶେଷ ସୁଯୋଗ ବୋଲି କୋର୍ଟ କହିଛନ୍ତି। ଗତ ସାଧାରଣ ନିର୍ବାଚନ ପରେ ମତଦାନ ଗଣତି କେନ୍ଦ୍ରରେ ସାରଦାଙ୍କ ଇଙ୍ଗିତରେ ଇଭିଏମ୍ ଟାମ୍ପରିଂ ହୋଇଥିବା ନେଇସ୍ଥାନୀୟ ଭୋଟର ରାଧେଶ୍ୟାମ ଯାଦବ ଅଭିଯୋଗ ଆଣିଥିଲେ। ଆବେଦନକାରୀ ଏହି ଅଭିଯୋଗ ସଂକ୍ରାନ୍ତୀୟ ସିସିଟିଭି ଫୁଟେଜ ଓ ଫଟୋ ମଧ୍ୟ କୋର୍ଟରେ ଦାଖଲ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.4 ° C
    27.4 °
    27.4 °
    58 %
    1kmh
    9 %
    Wed
    41 °
    Thu
    39 °
    Fri
    36 °
    Sat
    37 °
    Sun
    31 °

    ସମ୍ବନ୍ଧିତ