Sunday, September 13, 2026
24.4 C
Odisha

    ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ, ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ

    ଆଗକୁ ପଢନ୍ତୁ

    ପୁରୀ : ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ । ବଡ଼ଦାଣ୍ଡରେ ଥିବା ଏକ ହୋଟେଲ ନିକଟରୁ ଉଡା ଯାଉଥିଲା ଡ୍ରୋନ୍। ଡ୍ରୋନ୍ ରେ ଶ୍ରୀମନ୍ଦିରର ଦୃଶ୍ୟ କଏଦ ହୋଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ଡ୍ରୋନ୍ ଉଡାଉଥିବା ଯୁବକଙ୍କୁ କାବୁ କରିଛନ୍ତି । ଏନେଇ ସିଂହଦ୍ୱାର ଥାନାରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ନୋ ଫ୍ଲାଇଙ୍ଗ ଜୋନ୍ ସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଉପରେ ଓ ନିକଟରେ ଉଡୁଛି ଡ୍ରୋନ୍ ।

    ସେପଟେ ଏମିତି ଘଟଣା ଅନେକ ଥର ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ପ୍ରଥମ ଥର ପାଇଁ ନୁହଁ । ଗତ ଚାରି ମାସ ପୂର୍ବରୁ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବାର ଭିଡିଓ ଭାଇରାଲ ହୋଇଥିଲା । ରବି ପ୍ରଭୁ ନାମକ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ୍ ଆଇଡିରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବାର ଏକ ଭିଡିଓ ଅପଲୋଡ଼ କରିଥିଲେ । ୨୪ ସେକେଣ୍ଡର ଏହି ଭିଡିଓରେ ଵ୍ୟକ୍ତି ଜଣକ ଡ୍ରୋନ୍ ଧରି ହାତରେ ଦେଖାଇବାର ଦୃଶ୍ୟ ରହିଥିଲା । ଯାହାକି ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.4 ° C
    24.4 °
    24.4 °
    93 %
    1.3kmh
    54 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ