Tuesday, October 6, 2026
25.1 C
Odisha

    ରକ୍ତମୁଖା ଦନ୍ତା, ଭୟଭୀତ ଅଞ୍ଚଳବାସୀ

    ଆଗକୁ ପଢନ୍ତୁ

    ରେଢ଼ାଖୋଲ : ରକ୍ତମୁଖା ଦନ୍ତା । ହାତୀ ଆତଙ୍କରେ ଭୟଭୀତ ରେଢ଼ାଖୋଲ କଦଳୀଗଡ ଅଞ୍ଚଳବାସୀ । ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ କଦଳୀଗଡ, କନ୍ଧରା,ଧଉରାଖମଣ,ମହୁଲମୁଣ୍ଡା,ଡିମିରିମୁଣ୍ଡା ଓ ଆଖପାଖ ଗାଁରେ କିଛିଦିନ ହେବ ଗୋଠଛଡା ଦନ୍ତା ହାତୀ ଆତଙ୍କ ଖେଳାଇଛି । ରାତି ହେଲେ ଲୋକଙ୍କ ବାଡିରେ ପଶି ଆମ୍ବ,ପଣସ,କଦଳୀ ଭଳି ଗଛ ଭାଙ୍ଗି ନଷ୍ଟ କରୁଛି । ଲୋକେ ହାତୀକୁ ଘଉଡାଇବା ପାଇଁ ବାହାରିଲେ ହାତୀଟି ପାଲଟା ମାରିବାକୁ ଗୋଡାଉଛି। ଏଭଳି ବିଚିତ୍ର ଦୃଶ୍ଯ ମହୁଲମୁଣ୍ଡା ଓ ଡିମିରିମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଥିଲା । ରକ୍ତମୁଖା ହାତୀକୁ ନେଇ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଘୋଷଣା କରାଯାଇଥିବା ଜଣାଯାଇଛି।

    କେବଳ ରେଢ଼ାଖୋଲରେ ନୁହେଁ ଅନେକ ଅଞ୍ଚଳରେ ହାତୀମାନଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ସହରରେ ବି ହାତୀ ଆତଙ୍କ ଦେଖିବାକୁ ମିଳୁଛି । ଯାହା ଲୋକଙ୍କ ଜନ ଜୀବନକୁ ପ୍ରଭାବିତ କରୁଛି । ଦିନକୁ ଦିନ ହାତୀମାନଙ୍କ ଉପଦ୍ରବ ଲୋକମାନଙ୍କୁ ଭୟଭୀତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    75 %
    0.6kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ