Friday, February 20, 2026
34 C
Odisha

    ମଝି ଦରିଆରେ ମାଲବାହୀ ଜାହାଜ ଅପହରଣ

    ଆଗକୁ ପଢନ୍ତୁ

    ମଝି ସମୁଦ୍ରରେ ମାଲବାହୀ ଜାହାଜ ଅପହରଣ । ଆରବ ସାଗରରେ ମାଲବାହୀ ଜାହାଜ ଅପହରଣ ହୋଇ ଯାଇଛି । ସୋମାଲିଆ ଉପକୂଳ ଦେଇ ଏକ ମାଲବାହୀ ଜାହାଜ ଯାଉଥିବା ସମୟରେ ଏହାକୁ ଅପହରଣ କରାଯାଇଥିବା ଜଣାପଡିଛି । ଅପହରଣ ହୋଇଥିବା ଜାହାଜାର ନାଁ ଏମଭି ଲୀଲା ନୋରଫୋକ ଗତକାଲି ରାତିରେ ଜାହାଜକୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଅସ୍ତ୍ରଶସ୍ତ୍ର ଧରି ୫ରୁ ୬ଜଣ ଅଜଣା ବ୍ୟକ୍ତି ଜାହାଜରେ ପଶି କ୍ରିୟୁ ମେମ୍ବରଙ୍କୁ ପଣବନ୍ଦି କରିବା ସହ ଜାହାଜର ଗତିପଥକୁ ବଦଳାଇ ଦେଇଛନ୍ତି । ଜାହାଜରେ ଥିବା କ୍ରିୟୁ ମେମ୍ବରଙ୍କ ମଧ୍ୟରେ ୧୫ଜଣ ଭାରତୀୟ ରହିଥିବା ଜଣାପଡିଛି । ମାଲବାହୀ ଜାହାଜ ହାଇଜାକ୍ ହୋଇଯାଇଥିବା ଖବର ମିଳିବା ପରେ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ନୌସେନା । ଜାହାଜକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅପହରଣ ସ୍ଥାନ ମୁହାଁ ହୋଇଛି ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇ । ସଂପୃକ୍ତ ଅଂଚଳରେ ଥିବା ମେରିଟାଇମ ସିକ୍ୟୁରିଟି ଟାସ୍କ ଫୋର୍ସର ବିଭିନ୍ନ ଏଜେନ୍ସିମାନଙ୍କ ସହିତ ଯୋଗାଯୋଗରେ ରହିଛି ଭାରତୀୟ ସେନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34 ° C
    34 °
    34 °
    14 %
    2.9kmh
    2 %
    Fri
    33 °
    Sat
    35 °
    Sun
    36 °
    Mon
    35 °
    Tue
    33 °

    ସମ୍ବନ୍ଧିତ