Saturday, July 19, 2025
32.4 C
Odisha

ମଝି ଦରିଆରେ ମାଲବାହୀ ଜାହାଜ ଅପହରଣ

ଆଗକୁ ପଢନ୍ତୁ

ମଝି ସମୁଦ୍ରରେ ମାଲବାହୀ ଜାହାଜ ଅପହରଣ । ଆରବ ସାଗରରେ ମାଲବାହୀ ଜାହାଜ ଅପହରଣ ହୋଇ ଯାଇଛି । ସୋମାଲିଆ ଉପକୂଳ ଦେଇ ଏକ ମାଲବାହୀ ଜାହାଜ ଯାଉଥିବା ସମୟରେ ଏହାକୁ ଅପହରଣ କରାଯାଇଥିବା ଜଣାପଡିଛି । ଅପହରଣ ହୋଇଥିବା ଜାହାଜାର ନାଁ ଏମଭି ଲୀଲା ନୋରଫୋକ ଗତକାଲି ରାତିରେ ଜାହାଜକୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଅସ୍ତ୍ରଶସ୍ତ୍ର ଧରି ୫ରୁ ୬ଜଣ ଅଜଣା ବ୍ୟକ୍ତି ଜାହାଜରେ ପଶି କ୍ରିୟୁ ମେମ୍ବରଙ୍କୁ ପଣବନ୍ଦି କରିବା ସହ ଜାହାଜର ଗତିପଥକୁ ବଦଳାଇ ଦେଇଛନ୍ତି । ଜାହାଜରେ ଥିବା କ୍ରିୟୁ ମେମ୍ବରଙ୍କ ମଧ୍ୟରେ ୧୫ଜଣ ଭାରତୀୟ ରହିଥିବା ଜଣାପଡିଛି । ମାଲବାହୀ ଜାହାଜ ହାଇଜାକ୍ ହୋଇଯାଇଥିବା ଖବର ମିଳିବା ପରେ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ନୌସେନା । ଜାହାଜକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅପହରଣ ସ୍ଥାନ ମୁହାଁ ହୋଇଛି ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇ । ସଂପୃକ୍ତ ଅଂଚଳରେ ଥିବା ମେରିଟାଇମ ସିକ୍ୟୁରିଟି ଟାସ୍କ ଫୋର୍ସର ବିଭିନ୍ନ ଏଜେନ୍ସିମାନଙ୍କ ସହିତ ଯୋଗାଯୋଗରେ ରହିଛି ଭାରତୀୟ ସେନା ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
light rain
32.4 ° C
32.4 °
32.4 °
61 %
1.3kmh
36 %
Sat
32 °
Sun
30 °
Mon
30 °
Tue
33 °
Wed
31 °

ସମ୍ବନ୍ଧିତ