Saturday, July 27, 2024
24.6 C
Odisha

    ବାସି ରୁଟି ଖାଇଲେ ଜାଣନ୍ତୁ କ’ଣ ମିଳିଥାଏ ଫାଇଦା

    ଆଗକୁ ପଢନ୍ତୁ

    ଏକ ସୁସ୍ଥ ଶରୀର ଲାଗି ଆମ ନିତିଦିନିଆ ଖାଦ୍ୟ ପ୍ରଣାଳୀ ସଠିକ୍ ରଖିବା ନିହାତି ଆବଶ୍ୟକ । କିଛି ଲୋକ ସକାଳୁ ବାସି ରୁଟି ଖାଇଥାନ୍ତି । ରୁଟିରେ ସାଧାରଣତଃ ଭିଟାମିନ୍ସ , ମିନେରାଲ୍ସ , କ୍ୟାଲସିୟମ୍ , ଫସଫରସ୍ , ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ଭଳି ପୋଷାକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ବିନା ତେଲରେ ରୁଟି ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାସ୍ଥ୍ୟପ୍ରଦ ଅଟେ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଖାଦ୍ୟରେ ବାସି ରୁଟି ସାମିଲ କଲେ ଶରୀରକୁ କି ଲାଭ ମିଳେ ।

    ଗହମ ଅଟାରେ ପ୍ରସ୍ତୁତ ରୁଟିରେ ୭୧ କ୍ୟାଲୋରୀ ଥାଏ । ରୁଟି ଖାଇବା ଦ୍ବାରା ଶରୀରକୁ ଭରପୁର ମାତ୍ରାରେ ଶକ୍ତି ମିଳିଥାଏ । ରୁଟିରେ ଥିବା କାର୍ବୋହାଇଡ୍ରେଡ୍ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଶୀଘ୍ର ଭୋକ କରାଇ ନ ଥାଏ । ରୁଟି ଖାଇବା ଦ୍ବାରା ମସ୍ତିଷ୍କ ସୁସ୍ଥ ରଖିବା ସହ ସହଜରେ ହଜମ ହେବାରେ ସାହାଯ୍ୟ କରେ । ଭାତ ତୁଳନାରେ ରୁଟିରେ କମ୍ କ୍ୟାଲୋରୀ ରହିଥାଏ । ରୁଟିରେ ଥିବା ଜିଙ୍କ ଏବଂ ଅନ୍ୟ ମିନେରାଲସ ତ୍ବଚା ପାଇଁ ଲାଭଦାୟକ ହୋଇଥାଏ । ବାସି ରୁଟି ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । କ୍ଷୀରରେ ୧୦ ମିନିଟ୍ ବାସି ରୁଟି ଭିଜାଇ ରଖନ୍ତୁ, ପରେ ଏହାକୁ ସକାଳର ଜଳଖିଆରେ ଖାଆନ୍ତୁ ।

    ଏଭଳି ନିୟମିତ କରିବା ଦ୍ବାରା ବହୁତ ଶୀଘ୍ର ରକ୍ତଚ୍ଚାପ ନିୟନ୍ତ୍ରିତ ହେବ । ପେଟ ସମସ୍ୟା ଦୂର କରିବା ସହ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ବାସି ରୁଟି । ଏହା ଛଡା ମଧୁମେହ ରୋଗୀଙ୍କ ପାଇଁ ବାସି ରୁଟି ଉତ୍ତମ ଅଟେ। ଓଜନ ହ୍ରାସ ପାଇଁ ବାସି ରୁଟି ବେଶ ଲାଭଦାୟକ । ଏଥିରେ ପ୍ରୋଟିନ୍ ଓ ଫାଇବର ରହିଛି । ଫଳରେ ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହୋଇ ରହିଥାଏ । ବାରମ୍ବାର ଭୋକ ହୋଇ ନଥାଏ । ବାସି ରୁଟି ଖାଇବା ଦ୍ୱାରା ଏସିଡିଟି ଦୂର ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ