Saturday, July 27, 2024
24.6 C
Odisha

    ହୋଲି ଦିନ କେଉଁ କେଉଁ ଦେବତାଙ୍କୁ କରିବେ ପୂଜା

    ଆଗକୁ ପଢନ୍ତୁ

    ଭାରତୀୟ ସଂସ୍କୃତିରେ ହୋଲିର ଅନେକ ମହତ୍ଵ ରହିଛି। ଚଳିତ ବର୍ଷ ୨୫ ମାର୍ଚ୍ଚକୁ ରଙ୍ଗର ପର୍ବ ହୋଲି ପାଳନ କରାଯାଉଛି । ହୋଲିରେ ଦେଶର ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ଦେବୀ ଦେବତାଙ୍କୁ ପୂଜା କରିବାର ବିଧାନ ରହିଛି । ଏହିଦିନ ହୋଲିକା ଦହନ ବି କରାଯାଇଥାଏ । ସମସ୍ତେ ଏହି ହୋଲିକା ଦହନ ଦେଖିବା ଉଚିତ । କାରଣ ଏହା ଦେଖିବା ଦ୍ୱାରା ମଣିଷ ମଧ୍ୟରୁ ନକରାତ୍ମକତାର ବିନାଶ ହୋଇଥାଏ । ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ ହୋଲିଦିନ କରାଯାଉଥିବା ଉପବାସ ବହୁତ ଶୁଭଫଳଦାୟୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଖାସ୍ ଦିନ କେଉଁ ଦେବୀ ଦେବତାଙ୍କୁ ପୂଜା କରାଯାଇଥାଏ ।

    ଏହିଦିନ ଭଗବାନ ଭୋଳାନାଥଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ହୋଲି ଖେଳିବା ଦ୍ୱାରା ଘରେ ସୁଖ, ଶାନ୍ତି, ସମୃଦ୍ଧି ଆସିଥାଏ । କାଶୀରେ ଚିତା ଭସ୍ମରେ ହୋଲି ଖେଳାଯାଏ ଯାହାକୁ ସେଠାରେ ମଶାଣୀ ହୋଲି ବି କହିଥାନ୍ତି । ଏହିଦିନ ଶ୍ରୀରାଧା କୃଷ୍ଣଙ୍କ ପୂଜା କରିବା ଦ୍ୱାରା ଜୀବନରେ ପ୍ରେମର ଆଗମନ ହେବା ସହ ପ୍ରେମ ସମ୍ବନ୍ଧ ଆହୁରି ମଜଭୁତ ହୋଇଥାଏ । ହୋଲି ଦିନ ମାତା ଲକ୍ଷ୍ମୀଙ୍କ ଉପାସନା କରିବା ଦ୍ୱାରା ଘରେ କେବେବି ଅର୍ଥାଭାବ ସମସ୍ୟା ଉପୁଜି ନ ଥାଏ । ଏହାସହିତ ଆର୍ଥିକ ସ୍ଥିତିରେ ବି ସୁଧାର ଆସିଥାଏ ।
    ସେହିପରି ଭଗବାନ ବିଷ୍ଣୁଙ୍କ ଭକ୍ତ ପ୍ରହଲ୍ଲାଦକୁ ଜାଳିଦେବା ପାଇଁ ହୋଲିକା ରାକ୍ଷସୀ ତାଙ୍କୁ କୋଳରେ ଧରି ଅଗ୍ନିରେ ବସିଥିଲା । କିନ୍ତୁ ପ୍ରହଲ୍ଲାଦ ଅଗ୍ନିରୁ ସୁରକ୍ଷିତ ବାହାରି ଆସିଥିଲେ ଓ ହୋଲିକା ଭସ୍ମ ହୋଇଯାଇଥିଲା । ଏଣୁ ହୋଲି ଦିନ ବିଷ୍ଣୁ ଭଗବାନଙ୍କ ନରସିଂହ ଅବତାରକୁ ପୂଜା କରିବାର ବିଧାନ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ