Thursday, September 10, 2026
24 C
Odisha

    ଆଗାମୀ ୧୦ ବର୍ଷ ଆମ ପାଇଁ ନିର୍ଣ୍ଣାୟକ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପଞ୍ଚମପାଳିର ଶେଷ କ୍ୟାବିନେଟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖିଛନ୍ତି। ସେ ତାଙ୍କ ଅଭିଭାଷଣରେ କହିଛନ୍ତି କି, ଓଡ଼ିଶାର ଭବିଷ୍ୟତ ଉଜ୍ୱଳ। ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା, ତେଣୁ ୨୦୩୬ ମସିହାରେ ଓଡ଼ିଶା ଶତବାର୍ଷିକ ପାଳନ କରିବାକୁ ଯାଉଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ। ଶତବାର୍ଷିକ ପାଳନ ବେଳକୁ ଓଡ଼ିଶା ଦେଶର ୧ନମ୍ବର ରାଜ୍ୟ ହେଉ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଆଗାମୀ ୧୦ ବର୍ଷ ଆମ ପାଇଁ ନିର୍ଣ୍ଣାୟକ। ଆଗାମୀ ୧୦ ବର୍ଷ ମଧ୍ୟରେ ଆମେ ଏକ ସଶକ୍ତ ଓଡ଼ିଶା ଗଠନ କରିବୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
    ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଯୁବପିଢିଙ୍କ ଶିକ୍ଷା ଏବଂ କର୍ମ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟର ଯୁବକମାନେ ନୂତନ ଓଡ଼ିଶା ନିର୍ମାଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି।

    ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ପରୋକ୍ଷରେ ରାଜ୍ୟରେ ପୁଣି ବିଜେଡି ସରକାର ଗଠନ କରିବ ବୋଲି ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କ୍ରମରେ ସେ କହିଛନ୍ତି କି ଦେଶର ରାଜନୈତିକ ଇତିହାସରେ ଓଡ଼ିଶା ନୂଆ ରେକର୍ଡ କରିବ।
    ଅନ୍ୟପଟେ ଗତ ୫ବର୍ଷରେ ରାଜ୍ୟ ସରକାରଙ୍କ ସଫଳତା ମଧ୍ୟ ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି କି, ଗତ ୫ ବର୍ଷ ୫ଟି ନୀତି ଉପରେ ଆଧାରିତ ଥିଲା। ଇତିହାସ ଏହି ସମୟକୁ ଏକ ମାଇଲଖୁଣ୍ଟ ଭାବେ ମନେ ରଖିବ, ଯାହା ଓଡ଼ିଶାକୁ ଏହାର ଲୋକଙ୍କ ପାଇଁ ପରିବର୍ତ୍ତନ ଏବଂ ସମୃଦ୍ଧିର ଏକ ଦୃଢ ମାର୍ଗରେ ଆଣିଥିଲା। ଏହି ସମୟ ମଧ୍ୟରେ ସମଗ୍ର ରାଜ୍ୟରେ ଏବଂ ଜନସଂଖ୍ୟାର ପ୍ରତ୍ୟେକ ବର୍ଗରେ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ସ୍ୱଚ୍ଛ ଶାସନ ଏବଂ ପ୍ରଯୁକ୍ତିବିଦ୍ୟାର ତୀବ୍ର ବ୍ୟବହାର ମାଧ୍ୟମରେ ଆମ ଟିମ୍ କାର୍ଯ୍ୟ କରିଛି ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସୃଷ୍ଟି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    94 %
    1.6kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ