Thursday, April 2, 2026
25.4 C
Odisha

    ସମୁଦ୍ରରେ ଖସିପଡ଼ିଲା ବିମାନ; ଚଳଚ୍ଚିତ୍ର ଅଭିନେତା ଓ ତାଙ୍କ ୨ ଝିଅ ମୃତ

    ଆଗକୁ ପଢନ୍ତୁ

    ଲସ୍‌ଏଞ୍ଜେଲେସ୍‌: ଉଡ଼ାଣ ଆରମ୍ଭ କରିବା ପରେ ପରେ କ୍ଷୁଦ୍ର ବିମାନ କାରିବିୟାନ୍‌ ସାଗର ମଧ୍ୟକୁ ଖସି ପଡ଼ିବାରୁ ଜର୍ମାନରେ ଜନ୍ମିତ ହଲିଉଡ୍‌ ଅଭିନେତା କ୍ରିଷ୍ଟିଆନ୍‌ ଅଲିଭର୍‌ ଓ ତାଙ୍କ ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି।ପ୍ରଥମେ ଜର୍ଜ କ୍ଲୁନିଙ୍କ ସହିତ ‘ଦି ଗୁଡ୍‌ ଜର୍ମାନ୍‌’ ଚଳଚ୍ଚିତ୍ରରେ ଓ ୨୦୦୮ରେ ଆକ୍‌ସନ୍‌ କମେଡି ‘ସ୍ପିଡ୍‌ ରେସର୍‌’ରେ ଅଭିନୟ କରିଥିବା ଅଲିଭର୍‌ ଗୁରୁବାର ଦିନ ଘରୋଇ ମାଲିକାନାରେ ଥିବା ଗୋଟାଏ ଏକ-ଇଞ୍ଜିନ୍‌ବିଶିଷ୍ଟ ବିମାନରେ ଯାତ୍ରା କରୁଥିଲେ ବୋଲି ଜାରି କରିଥିବା ରୟାଲ୍‌ ସେଣ୍ଟ୍‌ ଭିନ୍‌ସେଣ୍ଟ୍‌ ଓ ଦି ଗ୍ରେନାଡାଇନ୍‌ସ୍‌ ପୋଲିସ୍‌ ଫୋର୍ସ କହିଛନ୍ତି।ମତ୍ସ୍ୟଜୀବୀ, ବୁଡ଼ାଳି ଓ ତଟରକ୍ଷୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ୪ଟି ଶବ ଉଦ୍ଧାର କରିଥିଲେ। ମୃତ ବ୍ୟକ୍ତିମାନେ ଥିଲେ, ୫୧ ବର୍ଷିୟ ଅଲିଭର୍‌, ତାଙ୍କ ୧୦ ବର୍ଷୀୟ ଝିଅ ମେଡିଟା ଓ ୧୨ ବର୍ଷୀୟ ଝିଅ ଏନ୍ନିକ୍‌ ଏବଂ ପାଇଲଟ୍‌ ରବର୍ଟ ସାସ୍‌।

    ଗୁରୁବାର ମଧ୍ୟାହ୍ନ ପରେ ପରେ ଉକ୍ତ ବିମାନଟି ଗ୍ରେନାଡଇନ୍‌ ଅନ୍ତର୍ଗତ କ୍ଷୁଦ୍ର ଦ୍ବୀପ ବେକ୍ୟୁଆରୁ ସେଣ୍ଟ୍‌ ଲୁସିଆକୁ ଯାତ୍ରା କରୁଥିଲା। ସେମାନେ ବୁଲିବାକୁ ଯାଇଥିଲା ପରି ଜଣାପଡୁଛି। ଅଲିଭର୍‌ଙ୍କର ପ୍ରକୃତ ନାଁ କ୍ରିଷ୍ଟିଆନ୍‌ କ୍ଲିସ୍‌ପର୍‌। ସେ ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ସେ ଟେଲିଭିଜନ୍‌ ସିରିଏଲ୍‌ ‘ସେଭ୍‌ଡ୍‌ ବାୟ ଦି ବେଲ୍‌: ଦି ନିୟୁ କ୍ଲାସ୍‌’ରେ ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ