Wednesday, August 12, 2026
25.1 C
Odisha

    କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ ସାଇକେଲରେ ଯାଉଥିବାଜରେ  କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି।ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା(୫୫)। ଧକ୍କା ଦେଇଥିବା କ୍ଷୀର ଗାଡ଼ି ସହିତ ଗାଡ଼ି ଚାଳକକୁ ନୀଳଗିରି ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ସୂଚନା ମୁତାବକ, ଗତକାଲି ରାତିରେ କାର୍ଯ୍ୟ କରୁଥିବା ଲକ୍ଷ୍ମୀଧର ଆଜି ସକାଳ ସମୟରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ କାର୍ଯ୍ୟ କରୁଥିଲେ। ନୀଳଗିରି ବଜାରରୁ ମିତ୍ରପୁର ଅଭିମୁଖେ ଯାଉଥିବା ଏକ କ୍ଷୀର ଗାଡି ଲକ୍ଷ୍ମୀଧରଙ୍କ ସାଇକେଲକୁ ପଛ ପଟୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, କିନ୍ତୁ ସ୍ଥିତି ସଙ୍ଗୀନ ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    89 %
    1.1kmh
    100 %
    Tue
    25 °
    Wed
    31 °
    Thu
    29 °
    Fri
    27 °
    Sat
    28 °

    ସମ୍ବନ୍ଧିତ