Sunday, October 11, 2026
25 C
Odisha

    ବ୍ୟସ୍ତବହୁଳ ଜୀବନରେ ସମ୍ପର୍କକୁ ମଜବୁତ୍ କରିବାର ୪ଟି ସହଜ ଉପାୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଆଜିକାଲିର ବ୍ୟସ୍ତମୟ ଜୀବନ, ଅଫିସ ଏବଂ ଦାୟିତ୍ୱ ମଧ୍ୟରେ ନିଜ ସାଥୀ (ପାର୍ଟନର)ଙ୍କୁ ସମୟ ଦେବା କଷ୍ଟକର ହୋଇପଡ଼େ। ଅନେକ ସମୟରେ ପାର୍ଟନରଙ୍କ ଅଭିଯୋଗ ଥାଏ ଯେ “ତୁମ ପାଖରେ ମୋ ପାଇଁ ସମୟ ନାହିଁ”। ତେବେ ସମ୍ପର୍କକୁ ମଜବୁତ୍ ରଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଏକାଠି ରହିବା ଜରୁରୀ ନୁହେଁ। ଦିନସାରା ମାତ୍ର ୧୦ ମିନିଟ୍ ବାହାର କରି ଏହି ୪ଟି କାମ କଲେ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ |

    ୧. ଦିନକୁ ଥରେ ମନଖୋଲି କଥା ହୁଅନ୍ତୁ
    ଦିନସାରା କଲ୍ ବା ଚାଟ୍ କରିବା ସମ୍ଭବ ନହେଲେ ବି, ଦିନରେ ମାତ୍ର ୧୦ ମିନିଟ୍ ବାହାର କରି ସାଥୀଙ୍କ ସହ କଥା ହୁଅନ୍ତୁ। ତାଙ୍କ ଦିନଟି କିପରି ବିତିଲା, କୌଣସି ସମସ୍ୟା ରହିଛି କି ନାହିଁ ତାହା ପଚାରି ବୁଝନ୍ତୁ ଏବଂ ଧ୍ୟାନ ସହକାରେ ତାଙ୍କ କଥା ଶୁଣନ୍ତୁ।

    ୨. ଗୋଟିଏ ସୁନ୍ଦର ମେସେଜ୍ ପଠାନ୍ତୁ
    ଅଫିସ୍ କିମ୍ବା କାମରେ ଯେତେ ବ୍ୟସ୍ତ ଥିଲେ ବି ଦିନ ମଧ୍ୟରେ ଗୋଟିଏ ଛୋଟ ମେସେଜ୍ ପଠାନ୍ତୁ। ଯେପରିକି— “ତୁମ କଥା ମନେପଡ଼ୁଛି” କିମ୍ବା “ଆଶା କରେ ତୁମର ଆଜିର ଦିନଟି ଭଲ ବିତୁଥିବ”। ଏହି ଛୋଟ ମେସେଜ୍ ସାଥୀଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇଥାଏ।

    ୩. ଏକାଠି କୌଣସି ଛୋଟ ଆକ୍ଟିଭିଟି କରନ୍ତୁ
    ଦିନରେ ୧୦ ମିନିଟ୍ ପାଇଁ ଭିଡିଓ କଲ୍‌ରେ ଏକାଠି ଚା’ ପିଅନ୍ତୁ, କୌଣସି ମଜାଦାର୍ ରୀଲ୍ ଶେୟାର୍ କରନ୍ତୁ କିମ୍ବା ଏକାଠି ଗୋଟିଏ ଗୀତ ଶୁଣନ୍ତୁ। ଏହି ଛୋଟ ଛୋଟ ମୁହୂର୍ତ୍ତଗୁଡ଼ିକ ସମ୍ପର୍କକୁ ଅଧିକ ନିବିଡ଼ କରିଥାଏ।

    ୪. ସାଥୀଙ୍କ ପ୍ରଶଂସା କରନ୍ତୁ
    ଆପଣଙ୍କ ପାର୍ଟନରଙ୍କ କୌଣସି ଭଲ ଅଭ୍ୟାସ, କଠିନ ପରିଶ୍ରମ କିମ୍ବା ସଫଳତା ପାଇଁ ତାଙ୍କର ପ୍ରଶଂସା କରନ୍ତୁ। ଭଲପାଇବାର ସହ କୁହାଯାଇଥିବା ଦୁଇଟି ମିଠା କଥା ସମ୍ପର୍କରେ ବିଶ୍ୱାସ ଓ  ଅତ୍ମୀୟତା ବଢ଼ାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ