Sunday, October 11, 2026
22.1 C
Odisha

    ଆଇଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌ ; ଏସ୍‌ସିବି ଓଡ଼ିଶାରେ ଏକ ନମ୍ବର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ବିଶେଷକରି ଚିକିତ୍ସା ଶିକ୍ଷା, ଗବେଷଣା ଓ ଉତ୍ତମ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ଯାଇଛି ଓଡ଼ିଶା। ଇଣ୍ଡିଆନ୍‌ ଇନିଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍‌ ଫ୍ରେମୱକ-୨୦୨୬ (ଆଇଆଇଆରଏଫ)ରେ ରାଜ୍ୟର ପ୍ରମୁଖ ତିନି ଭେଷଜ ମହାବିଦ୍ୟାଳୟ ଏସ୍‌ସିବି, ଭିମ୍‌ସାର ଏବଂ ଏମକେସିଜି ସ୍ଥାନ ପାଇଛି। ଏହି ରାଙ୍କିଙ୍ଗରେ କଟକର ଏସସିବି ଭେଷଜ ମହାବିଦ୍ୟାଳୟ ୧୫ତମ ସ୍ଥାନ, ବୁର୍ଲା ଭିମ୍‌ସାର ୬୪ତମ ସ୍ଥାନ ଏବଂ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ୭୪ତମ ସ୍ଥାନ ହାସଲ କରିଛି। ସେହିପରି, ଭୁବନେଶ୍ବର ଏମ୍ସ ୧୬ ତମ ସ୍ଥାନରେ ରହିଛି। ଅର୍ଥାତ୍‌ ଓଡ଼ିଶାରେ ଏସ୍‌ସିବି ଏକ ନମ୍ବରରେ ଅଛି। ପ୍ରଥମଥର ପାଇଁ ଓଡ଼ିଶାର ଏକ ସରକାରୀ ଭେଷଜ ମହାବିଦ୍ୟାଳୟ ଏମ୍ସ ଭୁବନେଶ୍ବରକୁ ପଛରେ ପକାଇଛି। ଏହା ରାଜ୍ୟର ସରକାରୀ
    ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ବଢ଼ୁଥିବା ଗୁଣାତ୍ମକ ମାନକୁ ପ୍ରତିପାଦନ କରୁଛି। ଏହି ସଫଳତା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସ୍ଥାନ ପାଇଥିବା ସମସ୍ତ ଭେଷଜ ମହାବିଦ୍ୟାଳୟର ଡାକ୍ତର, ଶିକ୍ଷକ, ଛାତ୍ରଛାତ୍ରୀ, ନର୍ସିଂ ଅଧିକାରୀ, ସ୍ବାସ୍ଥ୍ୟକର୍ମୀ, ପ୍ରଶାସନିକ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହି ରାଙ୍କିଙ୍ଗ୍‌ ଆମ ପାଇଁ କେବଳ ଏକ ସଫଳତା ନୁହେଁ, ବରଂ ଓଡ଼ିଶାର ସରକାରୀ ଭେଷଜ ମହାବିଦ୍ୟାଳୟଗୁଡ଼ିକୁ ଜାତୀୟସ୍ତରରେ ଆହୁରି ଉଚ୍ଚ ସ୍ଥାନକୁ ନେବା ପାଇଁ ଏକ ପ୍ରେରଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟ ସରକାର ଚିକିତ୍ସା ଶିକ୍ଷା, ଗବେଷଣା, ଆଧୁନିକ ଭିତ୍ତିଭୂମି ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଦିଗରେ ନିରନ୍ତର ପ୍ରୟାସ କରୁଛନ୍ତି ଏବଂ ଏହା ଆଗକୁ ଜାରି ରହିବ। ରାଙ୍କିଙ୍ଗ୍‌ର ପ୍ରଥମ ସ୍ଥାନରେ ଦିଲ୍ଲୀ ଏମ୍ସ ଥିବା ବେ‌େ‌ଳ ଦ୍ବିତୀୟ ସ୍ଥାନରେ ଚେନ୍ନଇର ଏମଏମ୍‌ସି ଏବଂ ତୃତୀୟ ସ୍ଥାନରେ ପୁଡୁଚେରୀର ଜେଆଇପିଏମ୍‌ଇଆର ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ