Sunday, October 11, 2026
29.5 C
Odisha

    ଆସନ୍ତୁ ଜାଣିବା କଦଳୀ ଖାଇବାର ସଠିକ ସମୟ କଣ?

    ଆଗକୁ ପଢନ୍ତୁ

    କଦଳୀ ଖାଇବାକୁ ପସନ୍ଦ କରନ୍ତି କି? ଯଦି ହଁ, ତେବେ କଦଳୀ ଖାଇବାର ସମୟ କଣ? କାରଣ ବେଳେବେଳେ ଆମେ ଏମିତି ଅସମୟରେ କଦଳୀ ଖାଇଥାଉ, ଯାହା ଦ୍ୱାରା ଆମର ସ୍ୱାସ୍ଥ୍ୟ ଖରାପ ହୋଇଥାଏ | ତେବେ କଦଳୀ ଖାଇବାର ସଠିକ ସମୟକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ କହିବା କଥା ଯେ କଦଳୀରୁ ସମ୍ପୂର୍ଣ୍ଣ ପୋଷଣ ପାଇବା ପାଇଁ ସକାଳ ଜଳଖିଆ ଖାଇବାର ୧ ରୁ ୨ ଘଣ୍ଟା ପରେ କଦଳୀ ଖାଇବା ସବୁଠାରୁ ଉତ୍ତମ।

    ଖାଲି ପେଟରେ କାହିଁକି ଖାଇବେ ନାହିଁ?
    ସକାଳେ ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ରକ୍ତରେ ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍‌ର ମାତ୍ରା ହଠାତ୍ ବୃଦ୍ଧି ପାଏ, ଯାହା ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଏ। ଏହାସହ ବ୍ଲଡ଼ ସୁଗାର ସ୍ତର ଶୀଘ୍ର ବଢ଼ି ପୁଣି ହଠାତ୍ କମିଯାଏ। ସେହିପରି ବିଶେଷଜ୍ଞଙ୍କ ମତରେ ରାତି ସମୟରେ ମଧ୍ୟ କଦଳୀ ଖାଇବା ଉଚିତ ନୁହେଁ | ରାତି ସମୟରେ ଆମର ପାଚନ କ୍ରିୟା ଓ ମେଟାବୋଲିଜିମ୍ ଧୀମା ହୋଇଯାଏ। ତେଣୁ ରାତିରେ କଦଳୀ ଖାଇଲେ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇପାରେ ଏବଂ କଫ/ସର୍ଦ୍ଦି ବୃଦ୍ଧି ପାଇବାର ଆଶଙ୍କା ଥାଏ।

    ସଠିକ୍ ସମୟରେ କଦଳୀ ଖାଇବାର ୪ଟି ମୁଖ୍ୟ ଲାଭ

    ସାରା ଦିନ ଶକ୍ତି ଯୋଗାଏ
    କଦଳୀରେ ପ୍ରାକୃତିକ ଶର୍କରା, କାର୍ବୋହାଇଡ୍ରେଟ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ବି୬ ଓ ଫାଇବର୍ ପ୍ରଚୁର ମାତ୍ରାରେ ଥାଏ। ଜଳଖିଆ ପରେ ଏହାକୁ ଖାଇବା ଦ୍ୱାରା ଶରୀରକୁ ଧୀରେ ଧୀରେ ଶକ୍ତି ମିଳେ, ଯାହା ଦ୍ୱାରା ଦିପହର ପର୍ଯ୍ୟନ୍ତ କ୍ଲାନ୍ତି ଓ ଦୁର୍ବଳତା ଅନୁଭୂତ ହୁଏନାହିଁ। ଏଥିରେ ଥିବା ଦ୍ରବଣୀୟ ଓ ଅଦ୍ରବଣୀୟ ଫାଇବର୍ ଖାଦ୍ୟକୁ ସହଜରେ ହଜମ କରିବାରେ ସାହାଯ୍ୟ କରେ। ଏହା କୋଷ୍ଠକାଠିନ୍ୟ ଓ ଗ୍ୟାସ୍ ସମସ୍ୟାରୁ ମୁକ୍ତି ଦିଏ।

    କଦଳୀରେ ଥିବା ପୋଟାସିୟମ୍ ଓ ପ୍ରାକୃତିକ ଆଣ୍ଟାସିଡ୍ ଗୁଣ ପେଟର ଏସିଡ୍‌କୁ ନିଷ୍କ୍ରିୟ କରେ, ଯାହା ଦ୍ୱାରା ପେଟ ଜଳାପୋଡ଼ା ଓ ପେଟ ଫୁଲିବା ସମସ୍ୟା ହୁଏନାହିଁ। ସେହିପରି କଦଳୀ ପୋଟାସିୟମ୍‌ର ଏକ ଭଲ ଉତ୍ସ ଏବଂ ଏଥିରେ ସୋଡିୟମ୍‌ର ମାତ୍ରା ନଗଣ୍ୟ। ଏହା ଶରୀରରେ ସୋଡିୟମ୍‌ର କୁପ୍ରଭାବକୁ କମାଇ ରକ୍ତଚାପକୁ ସାଧାରଣ ରଖିବାରେ ଏବଂ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.5 ° C
    29.5 °
    29.5 °
    59 %
    1.4kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ