Tuesday, March 24, 2026
35.3 C
Odisha

    ଆର୍‌ଜିଏଚ୍‌ରେ କାୟାକଳ୍ପ ଟିମ୍‌: ପରିମଳ ଓ ସ୍ବାସ୍ଥ୍ୟସେବା ପରଖିଲେ

    ଆଗକୁ ପଢନ୍ତୁ

    ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) କାୟାକଳ୍ପ ପୁରସ୍କାର ପାଇବାକୁ ଯୋଗ୍ୟ କି ନାହିଁ ପରଖିଥିଲେ ସ୍ବାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ୍‌। ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ୩ ଜଣିଆ ଟିମ୍‌ ଆର୍‌ଜିଏଚ୍‌ରେ ପହଞ୍ଚିଥିଲେ। ଆର୍‌ଜିଏଚ୍‌ର ବର୍ହିବିଭାଗ, ଅର୍ନ୍ତବିଭାଗ, ମାତୃଶିଶୁ ହସ୍ପିଟାଲ, ପାଥୋଲ୍ୟାବ୍‌, ନିରାୟମ, ପରିମଳ ବ୍ୟବସ୍ଥା ଆଦି ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ।
    ଆର୍‌ଜିଏଚ୍‌ର ଉପଅଧୀକ୍ଷକ ଡାକ୍ତର ପଣ୍ଡିତ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ଥିଲେ। କାୟାକଳ୍ପ ଟିମ୍‌ର ତିନି ସଦସ୍ୟ ପୃ୍ଥକ ପୃଥକ ଭାବେ ଆର୍‌ଜିଏଚ୍‌ରେ ଉପଲବ୍ଧ ହେଉଥିବା ସୁବିଧା ସୁଯୋଗ ଗୁଡ଼ିକ ଯାଞ୍ଚ କରିଥିଲେ। ନିରାୟମ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଔଷଧ ଉପଲବ୍ଧ ଅଛି କି ନାହିଁ, ପାଥୋଲ୍ୟାବ୍‌ରେ ପରୀକ୍ଷା ଠିକ୍‌ ଭାବେ ଚାଲିଛି କି ନାହିଁ ଆାଦି ଟିକ୍‌ନିଖ୍‌ ଯାଞ୍ଚ କରିଥିଲେ। ଟିମ୍‌ର ସଦସ୍ୟମାନଙ୍କ ଦ୍ବାରା ପ୍ରସ୍ତୁତି ରିପୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିକାରୀଙ୍କ ନିକଟରେ ଉପସ୍ଥାପିତ ହେବ। ପରେ ରାଜ୍ୟ ସ୍ବାସ୍ଥ୍ୟବିଭାଗ ଆର୍‌ଜିଏଚ୍‌ କାୟାକଳ୍ପ ପୁରସ୍କାର ପାଇବାକୁ ଯୋଗ୍ୟ କି ନାହିଁ ଚୟନ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    35.3 ° C
    35.3 °
    35.3 °
    17 %
    4.1kmh
    20 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ