Saturday, September 21, 2024
24.6 C
Odisha

    ଭଡ଼ାଟିଆଙ୍କ ପାଇଁ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ; କିଛି କରିପାରିବେନି ମାଲିକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଘରଭଡ଼ା ମହଙ୍ଗା ହେବା ପରେ ଏମାନଙ୍କ ଚିନ୍ତା ବଢିବାରେ ଲାଗିଛି । ଅନେକ ସମୟରେ ଘରଭଡ଼ା ଦେଇ ନ ପାରିବାରୁ ଘର ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳେ । କିନ୍ତୁ ଏବେ ଏହି ଟେନସନରୁ ମୁକ୍ତି ପାଇବେ ଭଡ଼ାଟିଆ । ଘର ଭଡ଼ା ଦେବାକୁ ଅସମର୍ଥ ହେଉଥିବା ଭଡ଼ାଟିଆଙ୍କ ପାଇଁ ଏକ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଜଣେ ବ୍ୟକ୍ତି ଘରଭଡ଼ା ଦେଇ ନ ପାରିଲେ, ଏଥିପାଇଁ ଘର ମାଲିକ ମାମଲା ରୁଜୁ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଘରଭଡ଼ା ଏବଂ ଭଡ଼ାଟିଆଙ୍କୁ ନେଇ ଏକ ବଡ଼ ରାୟ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଜଣେ ଭଡ଼ାଟିଆ ଘର ଭଡ଼ା ଦେବାକୁ ଅସମର୍ଥ, ତେବେ ଏହାକୁ ଏକ ଅପରାଧ ବୋଲି କୁହାଯାଇପାରିବ ନାହିଁ । ଆଇପିସିରେ ଏହାକୁ ନେଇ କୌଣସି ଦଣ୍ଡବିଧାନ ନାହିଁ । ତେଣୁ ଆଇପିସି ଅଧୀନରେ ଭଡ଼ାଟିଆଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସଞ୍ଜୟ ଖାନ୍ନା ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଶୁଣାଇଛନ୍ତି । ସୂଚନା ଅନୁସାରେ, ଭଡ଼ାଟିଆଙ୍କ ଉପରେ ଜଣେ ଜମି ମାଲିକ ଭଡ଼ା ନ ଦେବାରୁ ମାମଲା ରୁଜୁ କରିଥିଲେ । ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଭଡ଼ାଟିଆ ଘର ଭଡ଼ା ଦେବାକୁ ଅସମର୍ଥ ଥିବାରୁ ତାଙ୍କୁ ଅପରାଧୀ ବୋଲି ବିବେଚନା କରାଯାଇ ପାରିବ ନାହିଁ । ତେବେ ଅଭିଯୋଗରେ ଦିଆ ଯାଇଥିବା ସମସ୍ତ ତଥ୍ୟ ସତ ଏବଂ ଭିତ୍ତିଯୁକ୍ତ ହୋଇଥିଲେ ମଧ୍ୟ ଏହାକୁ ଅପରାଧ ବୋଲି କୁହାଯିବ ନାହିଁ । ଭଡ଼ା ଦେଇ ନଥିଲେ, ଆଇପିସି ଧାରା ଅନୁଯାୟୀ ଘର ମାଲିକ ଏକ ମାମଲା ରୁଜୁ କରି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଏହାସହିତ କୋର୍ଟ ଏହି ମାମଲାକୁ ଖାରଜ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    87 %
    0.9kmh
    85 %
    Fri
    25 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ