Tuesday, September 17, 2024
24.1 C
Odisha

    ଶାଶୁଙ୍କ ଠାରୁ ମା’ ଭଳି ସ୍ନେହ ପାଇବାକୁ ଆପଣାନ୍ତୁ ଏସବୁ ଉପାୟ

    ଆଗକୁ ପଢନ୍ତୁ

    ବିବାହ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆଣିଥାଏ । ପୁଅ ତୁଳନାରେ ଝିଅ ଜୀବନରେ ବାହାଘର ପରେ ଅଧିକ ପରିବର୍ତ୍ତନ ଆସେ । ଝିଅକୁ ନିଜ ଘର ଛାଡ଼ି ଏକ ନୂଆ ଘରକୁ ଯିବାକୁ ପଡ଼େ । ସେଠାକାର ଅଜଣା ଲୋକଙ୍କୁ ନିଜର କରି ପରିବାରରୁ ଆଗକୁ ବଢ଼ାଇବାକୁ ପଡ଼େ । ଏଥିସହ ଯଦି ବୋହୂ ଚାକିରିଆ ହୋଇଥିବ ତେବେ ଘର ଓ ଅଫିସ୍‌ ଉଭୟଙ୍କୁ ମ୍ୟାନେଜ୍‌ କରିବାକୁ ପଡ଼ିଥାଏ । ଏଣୁ ବିବାହିତା ମହିଳାଙ୍କ ଜୀବନର ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ କହିଲେ ଅତ୍ୟୁକ୍ତି ହେବନାହିଁ । ଏଭଳି ସ୍ଥିତିରେ ଯଦି ଶାଶୁ ଘରେ ସବୁ ଜିନିଷକୁ ମ୍ୟାନେଜ୍‌ କରି ଚଳିଗଲା ଭଳି ଶାଶୁ ଓ ଶ୍ୱଶୁର ମିଳନ୍ତି, ତେବେ କୌଣସି ସମସ୍ୟା ରହିନଥାଏ । ଖାସ୍‌ କରି ଯଦି ଶାଶୁ ସର୍ପୋଟ୍‌ କରନ୍ତି, ତେବେ ଘର ସୁରୁଖୁରୁରେ ଚଳିଯାଏ ।

    ବିବାହ ପରେ ଶାଶୁ ଘରେ ଶାନ୍ତି ତଥା ଖୁସିରେ ଜୀବନ ବିତାଇବା ପାଇଁ ଶାଶୁଙ୍କ ସହ ଭଲ ସମ୍ପର୍କ ରଖିବା ଉଚିତ୍‌ । ଶାଶୁଙ୍କଠାରୁ ଝିଅ ଭଳି ଭଲ ପାଇବା ପାଇବା ପାଇଁ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ । ଶାଶୁଙ୍କ ଠାରୁ ମା’ ଭଳି ସ୍ନେହ ପାଇବାକୁ ଆପଣାନ୍ତୁ ଏସବୁ ଉପାୟ, ମିଳିବ ଝିଅ ଭଳି ସ୍ନେହ…

    -ଶାଶୁଙ୍କୁ ସମ୍ମାନ ଦିଅନ୍ତୁ: ବୋହୂଟିଏ ଶାଶୁ ଘରେ ସମସ୍ତଙ୍କ ମନ ନେଇ ଚଳିବା ଭଲ । ଏଥିପାଇଁ ପ୍ରଥମ ସୋପାନ ହେଉଛି ଶାଶୁ ଶ୍ୱଶୁରଙ୍କ ଭଳି ବରିଷ୍ଠ ଲୋକଙ୍କୁ ସମ୍ମାନ ଦେବା । ଶାଶୁଙ୍କୁ ସମ୍ମାନ ଦେଇ ତାଙ୍କ ଇଚ୍ଛା ଅନୁସାରେ ଚଳିଲେ, ସେ ନିହାତି ମା’ ଭଳି ସ୍ନେହ ଶ୍ରଦ୍ଧା କରିବେ ।

    -ଶାଶୁଙ୍କ ଇଚ୍ଛାକୁ ଗୁରୁତ୍ୱ ଦିଅନ୍ତୁ: ଶାଶୁ କ’ଣ ଚାହୁଛନ୍ତି ତାହା ସବୁବେଳେ ଜାଣିବାକୁ ଚେଷ୍ଟା କରନ୍ତୁ । ତାଙ୍କୁ ଯାହା ଯେମିତି ପସନ୍ଦ ସେଇ ଅନୁସାରେ କାମ କରନ୍ତୁ । କାରଣ ସେ ଉକ୍ତ ଘରକୁ ବହୁ ବର୍ଷ ହେଲାଣି ଚଳାଇ ଆସୁଛନ୍ତି । ଏଣୁ ଘରର କାମ ଦାମ ସେ ଆପଣଙ୍କ ଠାରୁ ଅଧିକ ଭଲରେ ଜାଣନ୍ତି । ତେଣୁ ତାଙ୍କ ଇଚ୍ଛାକୁ ଗୁରୁତ୍ୱ ଦିଅନ୍ତୁ ।

    – ଶାଶୁଙ୍କ ସହ କଥାବାର୍ତ୍ତା କରନ୍ତୁ: ବେଳେବେଳେ କିଛି ଘରେ ଶାଶୁ ମୁହଁ ଗୋଟେ ଆଡ଼େ, ବୋହୂ ମୁହଁ ଆଉ ଗୋଟେ ଆଡ଼େ ଥାଏ । ଏଭଳି ସ୍ଥିତିରେ ଘରେ କେବେ ବି କୌଣସି କାମ ସମସ୍ତଙ୍କ ସହମତିରେ ହୋଇନଥାଏ । ଏଣୁ ସବୁବେଳେ ଶାଶୁଙ୍କ ସହ ଯୋଗାଯୋଗ ରଖିବା ଉପରେ ଗୁରୁତ୍ୱ ଦିଅନ୍ତୁ । ଏହା ଦ୍ୱାରା ଯଦି କିଛି ସମସ୍ୟା ଥିବ, ତାହା ସମାଧାନ ହେବ । ନଚେତ୍‌ ସମସ୍ୟା ବଢ଼ି ଚାଲିବ ଓ ସମ୍ପର୍କ ଖରାପ ହୋଇଯିବ ।

    – ଶାଶୁ ଓ ସ୍ୱାମୀଙ୍କ ମଝିରେ କେବେ ବି ପଶନ୍ତୁ ନାହିଁ: ସବୁ ଘରେ ମତାନ୍ତର ଓ ମନାନ୍ତର ହୋଇଥାଏ । ଯଦି ଆପଣଙ୍କ ଘରେ ବି ସ୍ୱାମୀ ଓ ଶାଶୁଙ୍କ ମଧ୍ୟରେ କିଛି କଥାକୁ ନେଇ ମତାନ୍ତର ହୋଇଛି । ତେବେ ଭୁଲରେ ବି ସେଥିରେ ମତ ଦିଅନ୍ତୁ ନାହିଁ । ନଚେତ୍‌ ସ୍ୱାମୀ ଅଥବା ଶାଶୁଙ୍କ ସହ ସମ୍ପର୍କ ଖରାପ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ