ବ୍ରହ୍ମପୁର: ସୋମବାର ଦିନ ଓଡିଶାର ଗଞ୍ଜାମ ଜିଲ୍ଲାର ସୋନାପୁର ବେଳାଭୂମିରେ ଏକ ବିରାଟକାୟ ସାର୍କ ଦେଖିବାକୁ ମିଳିଥିଲା। ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ। ସୂଚନାନୁସାରେ, ପ୍ରାୟ ୧୦ ଫୁଟ ଲମ୍ବର ଏହି ବିଶାଳ ସାର୍କ ସୋମବାର ସକାଳେ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା। ଏହାର ଶରୀରରେ କେତେକ ଆଘାତ ଚିହ୍ନ ରହିଥିଲା। ସାଧାରଣତଃ ସାର୍କ ସମୁଦ୍ର ଭିତରେ ବହୁତ ଗଭୀରରେ ଦେଖାଯାଇଥାଏ। ତେବେ କେଉଁ ପରିସ୍ଥିତିରେ ଏହା ସମୁଦ୍ର କୂଳରେ ପହଞ୍ଚିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସାର୍କ କିଛି ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିବା ପରେ ସୋନାପୁର ବେଳାଭୂମିରେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି।