Wednesday, May 7, 2025
25 C
Odisha

ହୁକା ଉପରେ ଲାଗିଲା ବ୍ୟାନ୍, ସିଗାରେଟ୍ କିଣିବା ବୟସ ମଧ୍ୟ ସ୍ଥିର

ଆଗକୁ ପଢନ୍ତୁ

ଭୁବନେଶ୍ୱର: ରାଜ୍ୟରେ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ବିଲ୍ ପାରିତ କରିଛନ୍ତି କର୍ଣ୍ଣାଟକ ସରକାର। ନିଷେଧାଦେଶ ଉଲ୍ଲଂଘନ କରି ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଏକରୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହେବ । ଏହା ସହ କଠୋର ଦଣ୍ଡ ମଧ୍ୟ ସାମିଲ ଅଛି । ନାଗରିକଙ୍କ ସ୍ୱାସ୍ଥ୍ୟ ରକ୍ଷା ତଥା ତମାଖୁ ସମ୍ବନ୍ଧୀୟ ରୋଗକୁ ରୋକିବା ପାଇଁ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଅଧିନିୟମ (ସିଓଟିପିଏ) ସଂଶୋଧନ କରିବା ପରେ ଏହି ପ୍ରତିବନ୍ଧକ ଲଗାଯାଇଛି । ଏଥିସହ ରାଜ୍ୟ ୨୧ ବର୍ଷରୁ କମ୍ ଲୋକଙ୍କୁ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ବିକ୍ରି ଉପରେ ମଧ୍ୟ ରୋକ୍ ଲଗାଇଛି ।

— ହୁକା କ’ଣ? ଅନେକ ଲୋକ ସିଗାରେଟ୍ ବଦଳରେ ହୁକ୍କା ଧୂମପାନ କରିବାକୁ ପସନ୍ଦ କରନ୍ତି, କିନ୍ତୁ ବେଳେବେଳେ ବିଭିନ୍ନ ସ୍ୱାଦ ସହିତ ହୁକା ସିଗାରେଟ୍ ଟାଣିବା ଅପେକ୍ଷା ଅଧିକ ବିପଜ୍ଜନକ ହୋଇପାରେ । ଫ୍ଲେବର୍ସକୁ କୋଇଲା ଉପରେ ଗରମ କରାଯାଏ ଏବଂ ତାପରେ ଧୂଆଁକୁ ଏକ ଟ୍ୟୁବ୍ ଏବଂ ମାଉଥପିସରୁ ନିଶ୍ୱାସ ମାଧ୍ୟମରେ ଶୋଷାଯାଇଥାଏ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
25 ° C
25 °
25 °
72 %
1.3kmh
3 %
Wed
39 °
Thu
39 °
Fri
41 °
Sat
41 °
Sun
42 °

ସମ୍ବନ୍ଧିତ