Monday, April 21, 2025
30.5 C
Odisha

    ଏଇ ମାଟିର ଝିଅ ଭାବେ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି: ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ବାରିପଦା:: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସେ ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଡାମରା-ନ୍ୟୁ ଜାମଶୋଳା ପ୍ରକଳ୍ପ, ବାଦାମପାହାଡ-କେନ୍ଦୁଝରଗଡ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ଖଣିବହୁଳ ଅନୁନ୍ନତ ଅଞ୍ଚଳରେ ଶିଳ୍ପ, ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ ବୋଲି ଆଶା କରାଯାଉଛି । ବାଙ୍ଗିରିପୋଷିରେ ରେଳ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଏହି ୩ଟି ରେଳ ପ୍ରକଳ୍ପ ଧାର୍ଯ୍ୟ ସମୟରେ ଶେଷ ହେବା ନେଇ ମୁଁ ଆଶାୟୀ । ଏହା ଦ୍ବାରା ବାଙ୍ଗିରିପୋଷି, ରାଇରଙ୍ଗପୁର ସମେତ ମୟୁରଭଞ୍ଜରେ ଯୋଗାଯୋଗ ବୃଦ୍ଧି ପାଇବାର ଆଶା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନମନ ଯୋଜନାରେ ଜନଜାତି ଫାଇଦା ପାଉଛନ୍ତି । ଏଇ ମାଟିର ଝିଅ ଭାବେ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି । ଆପଣମାନଙ୍କ ଆଶୀର୍ବାଦ ପାଇଁ ମୁଁ ଦେଶର ଏହି ପଦବୀରେ ପହଞ୍ଚି ପାରିଛି ।

    ଏଠାକାର ଗଳିକନ୍ଦିକୁ ଚିହ୍ନିଛି ଏବଂ ଗୁଣ୍ଡୁଚି ମୂଷା ଭାବେ କାର୍ଯ୍ୟ କରି ଚାଲିଛି । ଯେଉଁଠି ରହିଥିଲେ ମଧ୍ୟ ଏହି ଅଞ୍ଚଳର ବିକାଶ କାର୍ଯ୍ୟ କରି ଚାଲିବି ବୋଲି ରାଷ୍ଟ୍ରପତି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    48 %
    2.4kmh
    3 %
    Sun
    31 °
    Mon
    43 °
    Tue
    44 °
    Wed
    44 °
    Thu
    44 °

    ସମ୍ବନ୍ଧିତ