Wednesday, October 14, 2026
22.1 C
Odisha

    ବିଜେପିର ସାଂସଦ ଅଙ୍କ ଛିଣ୍ଡିନି; ମୁଁ ବାଲେଶ୍ୱର ଆସନରୁ ଲଢ଼ିବି: ଖାରବେଳ

    ଆଗକୁ ପଢନ୍ତୁ

    ବାଲେଶ୍ବର: ବାଲେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେପି ଟିକେଟ୍‌ରେ ପୁଣିଥରେ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ। ଏଥିପାଇଁ ସେ ଜୋରଦାର ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀଙ୍କଠାରୁ ପାଖାପାଖି ୪ ଲକ୍ଷରୁ ଅଧିକ ଭୋଟ୍‌ରେ ଜିତିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୋମବାର ଭୁବନେଶ୍ବରଠାରେ ଗଣମାଧ୍ୟମକୁ ନିଜର ପ୍ରାର୍ଥିତ୍ବ ସମ୍ପର୍କରେ ମତ ରଖିଥିଲେ ଖାରବେଳ। ସେ କହିଥିଲେ, ୨୦୧୯ରେ ‘କନ୍ଧମାଳରୁ ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ ଶେଷ ସମୟରେ ସୁଯୋଗ ମିଳିଥିଲା। ଯଦି ସପ୍ତାହେ କି ୮ ଦିନ ପୂର୍ବରୁ ଟିକେଟ୍ ମିଳିଥା’ନ୍ତା, ତେବେ ଭିନ୍ନ କଥା ହୋଇଥା’ନ୍ତା। ହେଲେ ଏଥର ସେ ବାଲେଶ୍ୱରରୁ ନିର୍ବାଚନ ଲଢ଼ିବେ ବୋଲି ଦଳର ନେତୃବୃନ୍ଦଙ୍କୁ ଜଣାଇଦେଇଛି।’ କନ୍ଧମାଳରେ ତାଙ୍କୁ କେହି ଚିହ୍ନି ନଥିବା ବେଳେ ବାଲେଶ୍ୱରରୁ ସେ ୬ ଥର ନିର୍ବାଚନ ଲଢ଼ିଛନ୍ତି ଏବଂ ୩ ଥର ଜିତିଛନ୍ତି। ବାଲେଶ୍ବରରେ ଏଥର ତାଙ୍କର ଜିତିବା ଏକପ୍ରକାର ସୁନିଶ୍ଚିତ ବୋଲି ସେ କହିଥିଲେ।ସେ ଆହୁରି ମଧ୍ୟ କହିଥିଲେ, ‘ବର୍ତ୍ତମାନ ବାଲେଶ୍ୱରରେ ବିଜେପିରୁ ପ୍ରତାପ ଷଡ଼ଙ୍ଗୀ ସାଂସଦ ଅଛନ୍ତି ମାନେ ନୁହେଁ ଯେ ସେ ଆଉଥରେ ଲୋକସଭା ଟିକେଟ୍‌ ପାଇବେ। ଦଳ ଯଦି ତାଙ୍କୁ ପୁଣିଥରେ ଟିକେଟ୍ ଦେବ, ମୋର କିଛି କହିବାର ନାହିଁ। ହେଲେ, ପ୍ରତାପ ଆଉ ନିର୍ବାଚନ ଜିତି ପାରିବେ ନାହିଁ।’ ଅନ୍ୟପକ୍ଷରେ ଖାରବେଳଙ୍କ ଏହି ମନ୍ତବ୍ୟରେ ସାଂସଦ ପ୍ରତାପ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଖାରବେଳ ଦଳର ଜଣେ ବରିଷ୍ଠ ନେତା। ବାଲେଶ୍ବରରେ ବିଜେପିର ଲୋକସଭା ଟିକେଟ୍‌ ଏଥର କାହାକୁ ମିଳିବ, ସେନେଇ ହୁଏତ ସେ ଦଳର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିବେ। ମୋ ପାଖରେ କିନ୍ତୁ ଏନେଇ କୌଣସି ସୂଚନା ନାହିଁ। ଖାରବେଳ ବାଲେଶ୍ବରରୁ ୬ ଥର ନିର୍ବାଚନ ଲଢ଼ିଛନ୍ତି ଏବଂ ୩ ଥର ଜିତିଛନ୍ତି, ଏକଥା କିଏ ନଜାଣିଛନ୍ତି! ମୁଁ ଆଗକୁ ନିର୍ବାଚନ ଲଢ଼ିବି କି ନ ଲଢ଼ିବି, ତାହା ନେତୃବୃନ୍ଦ ନିଷ୍ପତ୍ତି ନେବେ। ଦଳ ଆଗାମୀ ନିର୍ବାଚନରେ ଯାହାକୁ ପ୍ରାର୍ଥୀ କରିଲେ ବି ମୋର କୌଣସି ଆପତ୍ତି ନାହିଁ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.1 ° C
    22.1 °
    22.1 °
    91 %
    0.7kmh
    70 %
    Wed
    29 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ