Thursday, September 19, 2024
25.2 C
Odisha

    IBPS PO / MT ରେ ନିଯୁକ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବର୍ତ୍ତମାନ ସମୟରେ ବ୍ୟାଙ୍କିଂ ସେକ୍ଟରେ ଅନେକ ପଦ ପାଇଁ ନିଯୁକ୍ତି ଚାଲିଛି । ବ୍ୟାଙ୍କ ପ୍ରୋବେସନାରୀ ଅଫିସର / ମ୍ୟାନେଜମେଣ୍ଟ ଟ୍ରେନି (ଏମଟି) ନିଯୁକ୍ତି ପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ ତରଫରୁ ନୋଟିଫିକେସନ ଜାରି କରାଯାଇଛି । ଓଡ଼ିଶାର ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ ।ଅଗଷ୍ଟ ପହିଲାରୁ ୨୧ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ । ଏହା ମଧ୍ୟରେ ଏହି ନିଯୁକ୍ତିର ଶର୍ଟ ବିଜ୍ଞପ୍ତି ଜାରି କରାଯାଥିବା ବେଳେ ଆସନ୍ତା ମାସ ୧ ତାରିଖରେ ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯିବ । କେଉଁ ରାଜ୍ୟ ପାଇଁ କେତେ ପଦ ସଂରକ୍ଷିତ ରହିଛି, କେଉଁ ବର୍ଗ ପାଇଁ କେତେ ପଦ ସଂରକ୍ଷିତ ରହିଛି, ଶିକ୍ଷାଗତ ଯୋଗ୍ୟତା, ମୋଟ ପଦ ସଂଖ୍ୟା, ବୟସ ଯୋଗ୍ୟତା, ପରୀକ୍ଷା ପ୍ୟାଟର୍ଣ୍ଣ ଆଦି ବିଷୟରେ ପ୍ରାର୍ଥୀମାନେ ସବିଶେଷ ତଥ୍ୟ ପାଇ ପାରିବେ । ଆସନ୍ତା ଅକ୍ଟୋବରରେ ପ୍ରିଲିମିନାରୀ ଓ ନଭେମ୍ବରରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ବର୍ଷ ଜାନୁଆରୀ-ଫେବୃଆରୀରେ ସାକ୍ଷାତକାର କରାଯିବା ପରେ ଏପ୍ରିଲ ମାସରେ ଆଲଟମେଣ୍ଟ କରାଯିବାର ସମ୍ଭାବନା ରହିଛି । ପ୍ରାର୍ଥୀମାନେ ନିୟମିତ ଭାବେ ଆଇବିପିଏସର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ