Saturday, June 21, 2025
26.9 C
Odisha

    ଆଇସକ୍ରିମରୁ ବାହାରିଲା ମଣିଷର କଟା ଆଙ୍ଗୁଠି !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଇସକ୍ରିମରୁ ବାହାରିଲା ମଣିଷର କଟା ଆଙ୍ଗୁଠି ! ଅନ୍‌ଲାଇନ୍‌ରୁ ମଗେଇଥିବା ଏକ କୋନ୍ ଆଇସକ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିବା ଜଣାପଡିଛି । ଅନ୍‌ଲାଇନ୍‌ରେ ଆଇସକ୍ରିମ ମଗେଇଥିଲେ ମୁମ୍ବାଇର ଜଣେ ମହିଳା । ମାତ୍ର ଆଇସକ୍ରିମ ଭିତରେ କଟା ଆଙ୍ଗୁଠି ଦେଖି ଭୟରେ ପୁଲିସ ଷ୍ଟେସନରେ ପହଞ୍ଚିଛନ୍ତି ଗ୍ରାହକଜଣକ ।
    ମୁମ୍ବାଇର ଜଣେ ମହିଳା ଡାକ୍ତର ଖାଇବା ପାଇଁ ଅନଲାଇନରେ ଆଇସକ୍ରିମ ଅର୍ଡର କରିଥିଲେ । ହେଲେ ଏହାକୁ ଖୋଲି ଖାଇବାକୁ ଯିବା ବେଳକୁ ସେଥିରୁ ବାହାରିଥିଲା ଏକ କଟା ଆଙ୍ଗୁଠି । ଡାକ୍ତରାଣୀ ଜଣକ ତୁରନ୍ତ ଏ ନେଇ ପୋଲିସକୁ ଖବର ଦେଇଥିଲେ ।ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଆଇସକ୍ରିମ କମ୍ପାନୀ ବିରୋଧରେ ମାମଲା ରୁଜୁ କରି ଉକ୍ତ କଟା ଆଙ୍ଗୁଠିକୁ ଫୋରେନସିକ୍‌ ଲାବେରେଟୋରୀକୁ ଯାଞ୍ଚ ପାଇଁ ପଠାଇଛି । ମୁମ୍ବାଇ ମଲାଡ ଅଞ୍ଚଳରେ ଏହି ଘଟଣା ଘଟିଛି । ଆଇସକ୍ରିମ ପ୍ରସ୍ତୁତ ହେଉଥିବା ଅଞ୍ଚଳରେ ପୋଲିସ ତଦନ୍ତ କରିବ ବୋଲି ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.9 ° C
    26.9 °
    26.9 °
    73 %
    1.8kmh
    97 %
    Sat
    27 °
    Sun
    34 °
    Mon
    33 °
    Tue
    31 °
    Wed
    28 °

    ସମ୍ବନ୍ଧିତ