Monday, March 30, 2026
27.4 C
Odisha

    ଆଇସକ୍ରିମରୁ ବାହାରିଲା ମଣିଷର କଟା ଆଙ୍ଗୁଠି !

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆଇସକ୍ରିମରୁ ବାହାରିଲା ମଣିଷର କଟା ଆଙ୍ଗୁଠି ! ଅନ୍‌ଲାଇନ୍‌ରୁ ମଗେଇଥିବା ଏକ କୋନ୍ ଆଇସକ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିବା ଜଣାପଡିଛି । ଅନ୍‌ଲାଇନ୍‌ରେ ଆଇସକ୍ରିମ ମଗେଇଥିଲେ ମୁମ୍ବାଇର ଜଣେ ମହିଳା । ମାତ୍ର ଆଇସକ୍ରିମ ଭିତରେ କଟା ଆଙ୍ଗୁଠି ଦେଖି ଭୟରେ ପୁଲିସ ଷ୍ଟେସନରେ ପହଞ୍ଚିଛନ୍ତି ଗ୍ରାହକଜଣକ ।
    ମୁମ୍ବାଇର ଜଣେ ମହିଳା ଡାକ୍ତର ଖାଇବା ପାଇଁ ଅନଲାଇନରେ ଆଇସକ୍ରିମ ଅର୍ଡର କରିଥିଲେ । ହେଲେ ଏହାକୁ ଖୋଲି ଖାଇବାକୁ ଯିବା ବେଳକୁ ସେଥିରୁ ବାହାରିଥିଲା ଏକ କଟା ଆଙ୍ଗୁଠି । ଡାକ୍ତରାଣୀ ଜଣକ ତୁରନ୍ତ ଏ ନେଇ ପୋଲିସକୁ ଖବର ଦେଇଥିଲେ ।ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଆଇସକ୍ରିମ କମ୍ପାନୀ ବିରୋଧରେ ମାମଲା ରୁଜୁ କରି ଉକ୍ତ କଟା ଆଙ୍ଗୁଠିକୁ ଫୋରେନସିକ୍‌ ଲାବେରେଟୋରୀକୁ ଯାଞ୍ଚ ପାଇଁ ପଠାଇଛି । ମୁମ୍ବାଇ ମଲାଡ ଅଞ୍ଚଳରେ ଏହି ଘଟଣା ଘଟିଛି । ଆଇସକ୍ରିମ ପ୍ରସ୍ତୁତ ହେଉଥିବା ଅଞ୍ଚଳରେ ପୋଲିସ ତଦନ୍ତ କରିବ ବୋଲି ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ