Tuesday, June 24, 2025
28.2 C
Odisha

    ହିମାଚଳରେ ସଂକଟରେ କଂଗ୍ରେସ ସରକାର

    ଆଗକୁ ପଢନ୍ତୁ

    ଶୁକ୍ରବାର ଦିନ ହିମାଚଳରେ କ୍ଷମତା କନ୍ଦଳ ଦେଖିବାକୁ ମିଳିଛି । ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ୩ ଜଣ ସ୍ୱାଧୀନ ବିଧାୟକ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ପାଖାପାଖି ୨୫ ଦିନ ପରେ ହିମାଚଳ ଫେରିଥିବା ଏହି ୩ ସ୍ୱାଧୀନ ବିଧାୟକ ସିମଲା ଠାରେ ବିଧାନସଭା ସଚିବଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତ ିା ସୂଚନା ମୁତାବକ ହମୀରପୁର ସଦରରୁ ନିର୍ଦ୍ଦଳୀୟ ବିଧାୟକ ଆଶିଷ ଶର୍ମା, ନାଲାଗଡ ବିଧାୟକ କେଏଲ ଠାକୁର ଓ ଦେହରା ବିଧାୟକ ହୋସିଆର ସିଂ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେମାନେ ଇସ୍ତଫା ଦେବାକୁ ଯିବା ବେଳେ ସେମାନଙ୍କ ସହ ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉପସ୍ଥିତ ଥିଲେ । ଏହି ବିଧାୟକମାନେ ଚାଟାର୍ଡ ପ୍ଲେନ ସହାୟତାରେ ଦିଲ୍ଲୀରୁ ହିମାଚଳ ଫେରିଛନ୍ତି । ସେପଟେ ସମାନ କାରଣରୁ କଂଗ୍ରେସ ତରଫରୁ ୬ ଜଣ ଦଳୀୟ ବିଧାୟକଙ୍କୁ ସସପେଣ୍ଡ କରାଯାଇଥିଲା । ସସପେଣ୍ଡ ହୋଇଥିବା ବିଧାୟକମାନଙ୍କ ଆସନରେ ଜୁନ ପହିଲାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କୁହାଯାଉଛି କି, ଏବେ ଇସ୍ତଫା ଦେଇଥିବା ୩ ବିଧାୟକଙ୍କ ଆସନରେ ମଧ୍ୟ ସମାନ ତାରିଖରେ ଉପ ନିର୍ବାଚନ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    71 %
    5.1kmh
    100 %
    Tue
    29 °
    Wed
    31 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ