Saturday, September 6, 2025
25.1 C
Odisha

    ମୋଦୀ କ୍ୟାବିନେଟର ବଡ ନିଷ୍ପତ୍ତି । ୨୦୨୮ ମସିହା ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

    ଆଗକୁ ପଢନ୍ତୁ

    ୨୦୨୮ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ । ୨୦୨୮ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ମିଳିବା ନେଇ ବୁଧବାର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ତେବେ କେନ୍ଦ୍ର କ୍ୟାବିନେଟର ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ, ବୈଠକରେ ସୀମାବର୍ତ୍ତୀ ଅଞ୍ଚଳରେ ନିର୍ମାଣ କାମର ବିକାଶ ଉପରେ ଜୋର ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜିର କ୍ୟାବିନେଟ ବୈଠକରେ ସୀମାବର୍ତ୍ତୀ ଅଞ୍ଚଳରେ ୪୪୦୬ କୋଟି ଟଙ୍କାରେ ୨୨୮୦ କିଲୋମିଟରର ସଡକ ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହାସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଆସନ୍ତା ୨୦୨୮ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ ଦିଆଯିବ ବୋଲି ସୂଚନା ଦେଇଛନ୍ତି  ମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    89 %
    1kmh
    100 %
    Sat
    25 °
    Sun
    30 °
    Mon
    29 °
    Tue
    31 °
    Wed
    31 °

    ସମ୍ବନ୍ଧିତ