Saturday, September 19, 2026
27.5 C
Odisha

    ନବୀନ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି: ବରିଷ୍ଠ ମନ୍ତ୍ରୀ ଓ ନେତା ଉପସ୍ଥିତ, ହୋଇପାରେ ବଡ଼ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ବିଜେପି ଓ ଭୁବନେଶ୍ବରରେ ବିଜେଡିର ବୈଠକକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ମେଣ୍ଟ ଚର୍ଚ୍ଚା। ଆଜି ସନ୍ଧ୍ୟାରେ ଦିଲ୍ଲୀରେ ଓଡ଼ିଶା ବିଜେପି ନେତାଙ୍କ ବୈଠକ ବସିବାକୁ ଥିବାବେଳେ ଅପରାହ୍ନରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କୁ ନେଇ ବୈଠକ ହୋଇଛି।ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ଅରୁଣ ସାହୁ, ସୁଶାନ୍ତ ରାଉତ, ଅଶୋକ ପଣ୍ଡା ଉପସ୍ଥିତ ଅଛନ୍ତି। ସେହିପରି ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା, ସଂଜୟ ଦାସବର୍ମା, ମାନସ ମଙ୍ଗରାଜ, ପ୍ରଦୀପ ଅମାତ, ପ୍ରଣବ ପ୍ରକାଶ ଦାସ, ସସ୍ମିତ ପାତ୍ର, ଦେବୀ ମିଶ୍ର ଉପସ୍ଥିତ ଅଛନ୍ତି।ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନିର୍ବାଚନରେ ମେଣ୍ଟ ନେଇ ଉଭୟ ଦଳର ଶୀର୍ଷ ନେତୃତ୍ୱ ଦଳୀୟ ନେତାଙ୍କ ସହ ଆଲୋଚନା କରି ଏଥିରେ ମୋହର ମାରିପାରନ୍ତି। ଦିଲ୍ଲୀରେ ରାଜ୍ୟ ନେତୃତ୍ୱଙ୍କ ସହ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆଲୋଚନା କରିବାକୁ ଥିବା ବେଳେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ନବୀନ। ଆଲୋଚନା ପରେ ମେଣ୍ଟ ହେବା ନେଇ ସ୍ପଷ୍ଟ ସୂଚନା ମିଳିପାରେ।

    ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଉଭୟ ଦଳ ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ରାଜ୍ୟ ବିଜେପି ସଭାପତି ମନମୋହନ ମେଣ୍ଟ ହେବନି ବୋଲି କହିବା ସହ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ସେହିଭଳି ବିଜେପି ଏହି ମେଣ୍ଟ ଚର୍ଚ୍ଚା ବଢାଉଥିବା ନେଇ ବିଜେଡି କହିଥିଲା। କୌଣସି ମେଣ୍ଟ ହେବନି ବୋଲି ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ତେବେ ଗତକାଲି ଚଣ୍ଡିଖୋଲରେ ଆୟୋଜିତ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେଡିକୁ ଆଦୌ ଟାର୍ଗେଟ ନ କରିବା ଏହି ମେଣ୍ଟ ଚର୍ଚ୍ଚାକୁ ଆହୁରି ବଢାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.5 ° C
    27.5 °
    27.5 °
    84 %
    1.1kmh
    100 %
    Sat
    27 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ