Sunday, October 4, 2026
22.7 C
Odisha

    ମଙ୍ଗଳବାର ବସିବ ଇଣ୍ଡିଆ ମେଣ୍ଟର ବୈଠକ, ଆସନ ବୁଝାମଣା ନେଇ ହୋଇପାରେ ଚର୍ଚ୍ଚା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୀର୍ଘ ସାଢ଼େ ୩ ମାସ ପରେ ମଙ୍ଗଳବାର (ଡିସେମ୍ବର ୧୯) ସନ୍ଧ୍ୟାରେ ଦିଲ୍ଲୀରେ ଇଣ୍ଡିଆ ଆଲାଏନ୍ସର ଚତୁର୍ଥ ବୈଠକ ହେବାକୁ ଯାଉଛି। ବୈଠକରେ ଲୋକସଭା ନିର୍ବାଚନ ପାଇଁ ଆସନ ବଣ୍ଟନ ଓ ସାଧାରଣ ଘୋଷଣା ଉପରେ ଆଲୋଚନା ହୋଇଛି। ସୂତ୍ରରୁ ପ୍ରକାଶ ଯେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ହିନ୍ଦୀଭାଷୀ ଅଞ୍ଚଳର ତିନୋଟି ରାଜ୍ୟରେ କଂଗ୍ରେସ ଇଣ୍ଡିଆ ମେଣ୍ଟ ସହଯୋଗୀଙ୍କୁ ସ୍ଥାନ ନଦେବା ଏବଂ ବିଜେପିର ବିଜୟ ପ୍ରସଙ୍ଗ ମଧ୍ୟ କିଛି ଦଳ ଉଠାଇପାରନ୍ତି। ଏଭଳି ସ୍ଥିତିରେ ଚତୁର୍ଥ ବୈଠକରେ ଇଣ୍ଡିଆ ମେଣ୍ଟର ଆବାହକ ଚୟନ ଉପରେ ନିଷ୍ପତ୍ତି ହେବାକୁ ନେଇ ପ୍ରଶ୍ନଚିହ୍ନ ଲାଗିଯାଇଛି ।

    ଏହି ବୈଠକରେ ଭାରତ ମେଣ୍ଟରେ ସାମିଲ ଥିବା ସମସ୍ତ ୨୭ଟି ଦଳର ନେତା ଯୋଗଦେବେ। ଏଥିରେ କଂଗ୍ରେସରୁ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧି, ସୋନିଆ ଗାନ୍ଧୀ ଯୋଗଦେବେ। ନ୍ୟାସନାଲ କନଫରେନ୍ସରୁ ଫାରୁକ ଅବଦୁଲ୍ଲା ଓ ଓମାର ଅବଦୁଲ୍ଲା, ପିଡିପିରୁ ମେହବୁବା ମୁଫ୍ତି, ଆପ୍ ରୁ ଅରବିନ୍ଦ କେଜ୍ରିୱାଲ ଓ ଭଗବନ୍ତ ମାନ, ସମାଜବାଦୀ ପାର୍ଟିରୁ ଅଖିଳେଶ ଯାଦବ ଏବଂ ଆରଏଲଡିରୁ ଜୟନ୍ତ ଚୌଧୁରୀ ଏହି ବୈଠକରେ ଯୋଗ ଦେବେ।

    ଏହାବ୍ୟତୀତ ଅପନା ଦଳ କାମେରାୱାଡ଼ିରୁ କ୍ରିଷ୍ଣା ପଟେଲ, ଜେଡିୟୁର ନୀତୀଶ କୁମାର ଓ ଲଲନ ସିଂହ, ଆରଜେଡିର ଲାଲୁ ପ୍ରସାଦ ଯାଦବ ଓ ତେଜସ୍ୱୀ ଯାଦବ, ସିପିଆଇଏମଏଲରୁ ଦୀପଙ୍କର ଭଟ୍ଟାଚାର୍ଯ୍ୟ, ସିପିଏମର ସୀତାରାମ ୟେଚୁରୀ, ସିପିଆଇର ଡି ରାଜା, ଟିଏମସିରୁ ମମତା ବାନାର୍ଜୀ, ଏନସିପିରୁ ଶରଦ ପାୱାର, ଶିବସେନାରୁ ଉଦ୍ଧବ ଠାକରେ, ଡିଏମକେରୁ ଏମକେ ଷ୍ଟାଲିନ, ମୁସଲିମ ଲିଗ୍ ରୁ କାଦର ମୋହିଦିନ ଏବଂ ଜେଏମଏମର ହେମନ୍ତ ସୋରେନ ଏହି ବୈଠକରେ ଯୋଗ ଦେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ